ବ୍ରାହ୍ମଣ ଗାଁରେ ଯାଦବର ଭାଗବତ ପାଠ ନେଇ ଅକଥନୀୟ ନିର୍ଯାତନା- ନଣ୍ଡା କରି ପିଟିଲେ

ଜାତିପ୍ରଥାର କୁତ୍ସିତ ଚେହେରା। ଯାଦବ ସମାଜର ଜଣେ ବ୍ୟକ୍ତି ପ୍ରବଚନ ଦେବାକୁ ୟୁପିର ଇଟାଓ୍ୱା ଜିଲ୍ଲାକୁ ଯାଇଥିଲେ। କିନ୍ତୁ ଏହାକୁ ବରଦାସ୍ତ କରିପାରିଲେନି କିଛି ବ୍ରାହ୍ମଣ। ପ୍ରବଚକ ସାଜିଥିବା ମଣି ସିଂ ଯାଦବଙ୍କୁ ନଣ୍ଡା କରିଥିଲେ। ଜଣେ ମହିଳାଙ୍କ ଗୋଡ଼ ତଳେ ନାକ ରଗଡ଼ି ଥିଲେ। ସାଙ୍ଗରେ ନେଇଥିବା ହାରମୋନିୟମ ବି ଭାଙ୍ଗିଦେଲେ। ଜୀବନରେ କେବେ ବି ପ୍ରବଚନ ଦେବାକୁ ଭାବିବୁନି କହି ଏଭଳି ଅଭଦ୍ର ଆଚରଣ କରି ଏହାର ଭିଡ଼ିଓ ଭାଇରାଲ କଲେ। ନିର୍ଯ୍ୟାତନାର ଶୀକାର ହୋଇଥିବା ମଣି ସିଂ ଯାଦବ କହିଛନ୍ତି, ଜୁନ୍ ୨୧ରୁ ୨୭ ଯାଏ ଭାଗବତ କଥାର ବୁକିଂ ଥିଲା। ପ୍ରଥମ ଦିନରୁ ତାଙ୍କର ଜାତି କଅଣ ବୋଲି ପଚରାଗଲା। ସେ ଯାଦବ ସମାଜର ବୋଲି କହିବାରୁ ସେ ଦଳିତ କହି କଟାକ୍ଷ କରାଗଲା। ଆଉ ଆକ୍ରମଣକାରୀ ମାନେ କହିଥିଲେ ଯେ, ବ୍ରାହ୍ମଣ ଗାଁରେ ଭାଗବତ ପାଠ କରିବାକୁ କେମିତି ସାହସ ହେଲା। ଏହା ପରେ ତାଙ୍କୁ ପିଟିବା ସହ ଚୁଟି କାଟିଦେଇ ଏଭଳି ଅକଥନୀୟ ନିର୍ଯାତନା ଦେଇଥିଲେ। ପୁଲିସ ଏ ମାମଲାରେ ଅତୁଲ, ମନୀଷ, ପପୁ ସହ ୫୦ ଅଜ୍ଞାତ ବ୍ୟକ୍ତିଙ୍କ ନାଁରେ ଏତଲା କରିଛି। ଘଟଣାର ତଦନ୍ତ କରି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛି ପୁଲିସ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *