ଏଫଏମଜି ପରୀକ୍ଷାରେ ଚଞ୍ଚକତା: ଦେଶବ୍ୟାପୀ ୯୧ ସ୍ଥାନରେ ସିବିଆଇ ଚଢାଉ

Spread the love

ନୂଆଦିଲ୍ଲୀ: ସିବିଆଇ ଗୁରୁବାର  ଦେଶବ୍ୟାପୀ ୯୧ଟି ସ୍ଥାନରେ ଚଢାଉ କରିଛି। ଫରେନ ମେଡିକାଲ ଗ୍ରାଜୁଏଟ୍ସ ବା ଏଫଏମଜି ସାର୍ଟିଫିକେଟକୁ ନେଇ ବହୁ ଦସ୍ତାବିଜ ଜବତ କରିଛି। ବହୁ ରାଜ୍ୟର ମେଡିକାଲ କାଉସିଲ  ଓ ଏଫଏମଜି ପରିସରରୁ ଏହି ଦସ୍ତାବିଜ ଜବତ ହୋଇଛି।

ଦିଲ୍ଲୀ, ଚଣ୍ଡିଗର,ଅମ୍ରିତସର, ଗୁରଦାସପୁର, ଭଟିଣ୍ଡା, ଖାନ୍ନା, କରନାଲ, ପାଟନା, ଭାଇଜାକ ପରି ବିଭିନ୍ନ ସ୍ଥାନରେ ରେଡ କରାଯାଇଛି। ସିବିଆଇ ପକ୍ଷରୁ ଏସମ୍ପର୍କରେ କୁହାଯାଇଛି କି, ଡିସେମ୍ବର ୨୧ ତାରିଖରେ ୭୩ ଫରେନ ମେଡିକାଲ ଗ୍ରାଜୁଏଟ, ରାଜ୍ୟ ମେଡିକାଲ କାଉନସିଲର ୨୧ ଅଜ୍ଞାତ ଅଧିକାରୀ, କର୍ମକର୍ତ୍ତା, ଅନ୍ୟାନ୍ୟ ସରକାରୀ କର୍ମଚାରୀଙ୍କ ବିରୋଧରେ ବିଦେଶରୁ ମେଡିକାଲ ପାଠ୍ୟ ଶେଷ କରିଥିବା ଛାତ୍ରଛାତ୍ରଛାତ୍ରୀଙ୍କୁ ବିନା ଏଫଏମଜି ପରୀକ୍ଷାରେ ସାର୍ଟିଫିକେଟ ଦିଆଯାଇଥିବା ଅଭିଯୋଗ ହୋଇଥିଲା।

୭୩ ଜଣ ବିଦେଶ ମେଡିକାଲ ସ୍ନାତକ ଛାତ୍ରଛାତ୍ରୀ ବାଧ୍ୟତାମୂଳକ ଏଫଏମଜି ପରୀକ୍ଷା ନ ଦେଇ ବିଭିନ୍ନ ରାଜ୍ୟରେ ସେମାନଙ୍କ ନାମ ପଞ୍ଜିକରଣ କରିବା ସହ ପ୍ରାକ୍ଟିସ କରୁଥିବା ଅଭିଯୋଗ  ହୋଇଥିଲା।  ଏହା ଜଣା ପଡିବା ପରେ ଏହି ମହା ଘୋଟାଲାର ତଦନ୍ତଭାର ସିବିଆଇକୁ ଦିଆଯାଇଛି।

ସୂଚନାଯୋଗ୍ୟ, ବାହାର ଦେଶରେ ମେଡିକାଲ ପାଠ୍ୟକ୍ରମ ଶେଷ କରି ଦେଶରେ ପ୍ରାକ୍ଟିସ କରିବାକୁ ଥିବା ଆଶାୟୀଙ୍କୁ ଏଫଏମଜି ପରୀକ୍ଷା ଦେବାକୁ ହୋଇଥାଏ। ଏହି ପରୀକ୍ଷା ସମସ୍ତ ଆଶାୟୀଙ୍କ ପାଇଁ ବାଧ୍ୟତାମୂଳକ। ଏହି ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ସେମାନଙ୍କ ନାମ ମେଡିକାଲ କାଉସନିଲ ଅଧୀନରେ ପଞ୍ଜିକୃତ ହେବା ପରେ ସେମାନେ କୌଣସି ଘରୋଇ ବା ସରକାରୀ ମେଡିକାଲରେ ରୋଗୀ ସେବା କରିବାକୁ ଯୋଗ୍ୟ ବିବେଚିତ ହୋଇଥାନ୍ତି।

Leave a Reply

Your email address will not be published. Required fields are marked *