ପୁତୁରା ସହ ପତ୍ନୀର ଅବୈଧ ସମ୍ପର୍କ କଥା ଜାଣିଥିଲା ସ୍ୱାମୀ। ସେଥିଲାଗି ଘରେ ସିସିଟିଭି କ୍ୟାମେରା ଲଗାଇବାକୁ ମନସ୍ଥ କରିଥିଲା। ଆଉ ଧରାପଡ଼ିବା ଭୟରେ ସ୍ୱାମୀକୁ ସବୁଦିନ ଲାଗି ରାସ୍ତାରୁ ହଟାଇଦେଲା ପତ୍ନୀ। ଖାଇବାରେ ନିଦ ବଟିକା ମିଶାଇ ଅଚେତ କରିଦେଲା ପତ୍ନୀ। ଆଉ ଅଚେତ ହୋଇଯିବା ପରେ ପ୍ରେମିକକୁ ଘରକୁ ଡାକି ମର୍ଡର କଲା। ମେ ୧୧ ତାରିଖର ଘଟଣା। ଧୀରେନ୍ଦ୍ର ପାଶି ହତ୍ୟାକାଣ୍ଡ ପଛର ଏମିତି ଢଙ୍ଗରେ ରହସ୍ୟ ଖୋଲିଛି ପୁଲିସ। କାନପୁର ଲକ୍ଷ୍ମଣ ଖେଦା ଗାଁର ଘଟଣା। ଧୀରେନ୍ଦ୍ରଙ୍କ ପତ୍ନୀ ରୀନା ଓ ପୁତୁରା ସତୀଶଙ୍କ ଭିତରେ ଅନୈତିକ ସମ୍ପର୍କ ଥିଲା। ଏମାନଙ୍କ ଭିତରେ ଅବୈଧ ସମ୍ପର୍କର ସୁରାକ ପାଇ ଧୀରେନ୍ଦ୍ର ଉଭୟଙ୍କୁ ଧରିବାକୁ ସିସିଟିଭି ଲଗାଇବାକୁ ଯୋଜନା କରିଥିଲା। ରୀନାର ଫୋନ୍ କଲରୁ ସୁରାକ ପାଇଥିଲା ପୁଲିସ। ଦୈନିକ ୬୦ରୁ ଶହେ ଥର କଲ୍ କରୁଥିଲେ ପରସ୍ପରକୁ। ଆଉ ଜେରା ପରେ ସିମ୍ କାର୍ଡରୁ ଏମାନଙ୍କ ଭିତରେ ଥିବା ସମ୍ପର୍କକୁ ଉଜାଗର କରିଥିଲା ପୁଲିସ। ସତୀଶ ନିଜ ପରିଚୟରେ ଦୁଇଟି ସିମ କାର୍ଡ କିଣିଥିଲା। ଏଥିରୁ ଗୋଟିଏ ରୀନାକୁ ବ୍ୟବହାର ଲାଗି ଦେଇଥିଲା। ଘଟଣା ଦିନ ରାତିରେ ଦୁହେଁ ରାତି ତମାମ ଫୋନରେ କଥା ହୋଇଥିଲେ। ଧୀରେନ୍ଦ୍ର ଘରେ ସିସିଟିଭି ଲଗାଇବାକୁ ୨୦ହଜାର ଟଙ୍କା ସଞ୍ଚୟ କରିଛି ବୋଲି ରୀନାଠୁ ଜାଣିବାକୁ ପାଇଥିଲା ସତୀଶ। ଆଉ ସେଥିଲାଗି ଉଭୟ ଧୀରେନ୍ଦ୍ରଙ୍କୁ ସବୁଦିନ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ। ଧୀରେନ୍ଦ୍ରକୁ କାଠ ଫାଳିଆରେ ମାଡ଼ ମାରି ମର୍ଡର କରିବା ପରେ ପୁରା ରୁମକୁ ଧୋଇଥିଲେ ଉଭୟ।

Naxatra News is now on Whatsapp
Join and get latest news update delivered to you via whatsapp
Join Now