ଦେଶି ମଦ ଚାଲାଣ ବେଳେ ଚଢାଉ, ୪ ଗିରଫ

Spread the love

ଜୟପୁର : ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ବିଭାଗ ଚଢାଉ କରି ୪ ଜଣକୁ ଗିରଫ କରିଛି  । ଗିରଫ ୪ ଜଣ ଙ୍କ ମଧ୍ୟ ରୁ ୨ ଜଣ ପୁରୁଷ ଓ ୨ ଜଣ ମହିଳା ରହିଛନ୍ତି  । ଅବକାରି ବିଭାଗ ସୁଚନା ଅନୁଯାଇ ଜୟପୁର ସଦର ଥାନା ଅନ୍ତର୍ଗତ ଦୁବୁଲି ଗ୍ରାମର ସୋମନାଥ ହରିଜନ (୪୦) ଦେଶି ମଦ ଚାଲାଣ ବେଳେ ଗ୍ରାମ ରାସ୍ତାରେ ଚଢାଉ ୧୫ ଲିଟର ଦେଶି ମଦ ଜବତ କରିଛି  । ସେହିପରି ହରିଶ୍ଚଚନ୍ଦ୍ର ନୁଆଗୁଡା ଗ୍ରାମରେ ସହଦେବ ମାଛ (୪୫) ମହିଳା ଅଭିଯୁକ୍ତ ବାଲା ଗାଦବା (୪୫) ୨୫ ଲିଟର ଦେଶି ମଦ ଜବତ ଚାଲାଣ ବେଳେ ଚଢାଉ କରି ଗିରଫକରିଛି  । ସେହିପରି ବାମୁଣି ଗାଁର ରନô ମଣି ହରିଜନ (୪୯) ୭ ଲିଟର ଦେଶି ମଦ ଚାଲାଣ ବେଳେ ଚଢାଉ କରି ଦେଶି ମଦ ଜବତ କରିଛି  । ୪ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଅବକାରି ଓଆଇସି ସଞ୍ଜୟ କାଣ୍ଡି ସୁଚନା ଦେଇଛନ୍ତି  ।

Leave a Reply

Your email address will not be published. Required fields are marked *