ଖ୍ରୀଷ୍ଟମାସ ବଜାର ଆକ୍ରମଣ ଘଟଣା । ୭ ଭାରତୀୟ ଆହତ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ୯ ବର୍ଷର ଶିଶୁ ରହିଥିବା ସୂଚନା ମିଳିଛି । ଜର୍ମାନୀର ମାଗଡେବର୍ଗ ସହରର ଖ୍ରୀଷ୍ଟମାସ ବଜାରରେ କାର ଆକ୍ରମଣରେ ୭ଜଣ ଭାରତୀୟ ଆହତ ହୋଇଛନ୍ତି। ଚିକିତ୍ସିତ ହେଉଥିବା ୩ ଜଣ ଆହତ ଭାରତୀୟଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ବର୍ଲିନରେ ଆହତ ଭାରତୀୟ ନାଗରିକମାନଙ୍କୁ ଭାରତୀୟ ଦୂତାବାସ ପକ୍ଷରୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉଛି। ଶୁକ୍ରବାର ସନ୍ଧ୍ୟାରେ, ୫୦ବର୍ଷର ଜଣେ ବ୍ୟକ୍ତି ତାଙ୍କ କାରକୁ ସାକ୍ସୋନି-ଆନହାଲ୍ଟ ରାଜ୍ୟର ମାଗଡେବର୍ଗର ଏକ ଜନଗହଳିପୂର୍ଣ୍ଣ ଖ୍ରୀଷ୍ଟମାସ ବଜାରକୁ ନେଇ ଯାଇଥିଲେ। ଏହି ଆକ୍ରମଣରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ତେବେ ଜର୍ମାନ ଅଧିକାରୀମାନେ ଏହାକୁ ଏକ ଯୋଜନାବଦ୍ଧ ଆକ୍ରମଣ ବୋଲି ବର୍ଣ୍ଣନା କରିଛନ୍ତି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଶନିବାର ଏହି ଆକ୍ରମଣକୁ ଭୟଙ୍କର ବୋଲି କହି ନିନ୍ଦା କରିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now