ଥମୁନି ଅଣଛାତ୍ରଙ୍କ ଦାଦାଗିରି

Spread the love

BBSR_BJB STUDENT ISSUE

ଭୁବନେଶ୍ୱର: ବଢୁଛି ଗୁଣ୍ଡାରାଜ୍। ଥମୁନି ବିଜେବି କଲେଜରେ ଅଣଛାତ୍ରଙ୍କ ଦାଦାଗିରି। ବାରମ୍ବାର ଆକ୍ସନ ପ୍ଲାନ୍ କରାଯାଉଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୁନ।

ବିଜେବି କଲେଜ ଛାତ୍ରଙ୍କୁ ଗୋଡ଼ାଇ ହାଣିବା ମାମଲାରେ କିଛି ଅଭିଯୁକ୍ତଙ୍କୁ ଗିରଫ କରିଛି ବଡ଼ଗଡ଼ ପୁଲିସ। ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ବି ଗିରଫ କରିବାକୁ ତନାଘନା ଜାରି ରଖିଛି ପୁଲିସ ଆଉ ଏହାରି ଭିତରେ କିଭଳି ଅଣଛାତ୍ର ଅନୁପ୍ରବେଶକୁ ରୋକାଯିବ ଏଭଳି ହିଂସା ଘଟଣାର ଯେଭଳି ପୁନରାବୃତ୍ତି ହେବନି ସେଥିଲାଗି କଲେଜରେ ବସିଥିଲା ଉଚ୍ଚସ୍ତରୀୟ ବୈଠକ। ବୈଠକରେ କଲେଜର ଅଧ୍ୟକ୍ଷ, ବରିଷ୍ଠ ଅଧ୍ୟାପକ ଓ ହଷ୍ଟେଲ ଗୁଡ଼ିକର ଛାତ୍ର ପ୍ରତିନିଧି ଯୋଗ ଦେଇଥିଲେ। ଅଣଛାତ୍ରଙ୍କର ଖେଳ ପଡ଼ିଆ ପାଚେରୀ ବାଟେ ପ୍ରବେଶକୁ ତାରରେ ସମ୍ପୂର୍ଣ୍ଣ ରୂପେ ଅବରୋଧ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଛାତ୍ରଛାତ୍ରୀଙ୍କ ଆଇକାର୍ଡ ବାଧ୍ୟତାମୂଳକ କରାଯାଇଛି

ସେପଟେ ଗଲା ମାସକ ଭିତରେ ୨ରୁ ୩ଥର ବିଜେବି କଲେଜରେ ଆତଙ୍କ ଖେଳାଇଛନ୍ତି ଅଣଛାତ୍ର ହଷ୍ଟେଲରେ ପଶି ଆକ୍ରମଣ କରିଛନ୍ତି ତେବେ ଆମ୍ୱେଦକର ହଷ୍ଟେଲ ସମ୍ମୁଖ ପଡ଼ିଆରେ ଗଲା ଶନିବାର କିଛି ଛାତ୍ର ପଡ଼ିଆକୁ କ୍ରିକେଟ୍ ଖେଳିବାକୁ ଯିବା ବେଳେ ଅଣଛାତ୍ର ସଂଘବଦ୍ଧ ହୋଇ ଖଣ୍ଡା, ବ୍ୟାଟ୍ ଓ ଅନ୍ୟାନ୍ୟ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏଥିରେ ୩ଜଣ ଛାତ୍ର ଗୁରୁତର ଆହତ ହୋଇଥିଲେ। ହଷ୍ଟେଲ ପିଲା ଏବେ ଭୟଭୀତ ଅବସ୍ଥାରେ ରହୁଛନ୍ତି ନିଜକୁ ସୁରକ୍ଷିତ ମଣିପାରୁନାହାନ୍ତି ବୋଲି ଅଭିଯୋଗ ବାଢ଼ିଛନ୍ତି।

ହଷ୍ଟେଲରେ ପଶି ଅଣଛାତ୍ରଙ୍କ ଆତଙ୍କ ପରେ ହଷ୍ଟେଲ ଅନ୍ତେବାସୀଙ୍କ ସୁରକ୍ଷାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ଏବେ କଲେଜ ପରିସର ପଡ଼ିଆରେ ଖେଳିବାକୁ କାହାକୁ କେମିତି ବାରଣ କରାଯିବ ଓ ଅନୁମତି ଲୋଡ଼ିଲେ କି ମାର୍ଗଦର୍ଶିକା ଜାରି ହେବ, ତାକୁ ନେଇ କଲେଜ କର୍ତ୍ତୃପକ୍ଷ କି ପଦକ୍ଷେପ ନେଉଛନ୍ତି, ଦେଖିବାର କଥା।

ଜ୍ୟୋତି ମଞ୍ଜରୀ ସାହୁ ଅଭିଜିତ ଦାସଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *