ରାଜ୍ୟରେ ମହିଳା ଅସୁରକ୍ଷିତ। ତେଲକୋଇରୁ ଚିତ୍ରକୋଣ୍ଡା। କନ୍ୟାଶ୍ରମରେ ନାବାଳିକା ଛାତ୍ରୀ ଗର୍ଭବତୀ ହେଉଛି। ଡବଲ ଇଞ୍ଜିନ ସରକାରରେ ନାରୀ ନିର୍ଯାତନା, ଅତ୍ୟାଚାର, ଦୁଷ୍କର୍ମ ବଢ଼ିଚାଲିଛି। କିନ୍ତୁ ଗୃହ ବିଭାଗର ମୁଖିଆ ମୁଖ୍ୟମନ୍ତ୍ରୀ ନୀରବ। ଗଲା ୮ ମାସ ଭିତରେ ନାରୀ ନିର୍ଯାତନରା ପରିସଂଖ୍ୟାନ ଉଦବେଗଜନକ। ଏହାକୁ ଗଣ୍ଠି କରି ଆଜି ବିଧାନସଭା ଆରମ୍ଭରୁ ଗୃହ ଭିତରକୁ ପ୍ଲାକାର୍ଡ ଧରି ପ୍ରବେଶ କରିଥିଲା କଂଗ୍ରେସ ବିଧାୟକ ଦଳ। ବାଚସ୍ପତିଙ୍କ ପୋଡିଅମ ତଳେ ପ୍ରତିବାଦ କରିଥିଲା। ଆଉ ହଟ୍ଟଗୋଳରୁ ଗୃହ ମୁଲତବୀ ପରେ ବିଧାନସଭା ପରିସରରେ ଥିବା ଗାନ୍ଧୀମୂର୍ତ୍ତି ତଳେ ବିକ୍ଷୋଭ ଓ ପ୍ରତିବାଦ କରିଥିଲା କଂଗ୍ରେସ। ସରକାର ଶ୍ୱେତପତ୍ର ଜାରି କରନ୍ତୁ। ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ। ଏ ସରକାର ନୈିତିକତା ଦୃଷ୍ଟିରୁ ଇସ୍ତଫା ଦେବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଓ ବିଧାୟକ ତାରାପ୍ରସାଦ ବାହିନୀପତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now