କୁସ୍ତିଯୋଦ୍ଧା ବିନେଶ ଫୋଗାଟ ମାଆ ହେବାକୁ ଯାଉଛନ୍ତି। ବିନେଶ ଫୋଗାଟ ଏବଂ ତାଙ୍କ ସ୍ୱାମୀ ସୋମବୀର ରାଠି ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେମାନେ ଲେଖିଛନ୍ତି ଯେ ଆମ ପ୍ରେମ କାହାଣୀର ଏକ ନୂତନ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ଏହା ସହିତ ସେ ଏକ ଛୋଟ ପାଦ ଇମୋଜି ମଧ୍ୟ ସେୟାର କରିଛନ୍ତି।
କୁସ୍ତିରୁ ଅବସର ଘୋଷଣା କରିବା ପରେ, ବିନେଶ କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ୨୦୧୮ ମସିହାରେ ଜାକର୍ତ୍ତାରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ଭିନେଶ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଯେତେବେଳେ ବିନେଶ ସ୍ୱର୍ଣ୍ଣ ପଦକ ଜିତି ଫେରିଲେ, ସୋମବୀର ରାଠି ତାଙ୍କୁ ବିମାନ ବନ୍ଦରରେ ହିଁ ପ୍ରପୋଜ୍ କରି ତାଙ୍କ ଆଙ୍ଗୁଠିରେ ମୁଦି ପିନ୍ଧାଇ ଦେଲେ। ଏହା ପରେ ଦୁହେଁ ବିବାହ କରିଥିଲେ। ବିନେଶ ଫୋଗାଟଙ୍କ ପୋଷ୍ଟ ଆସିବା ମାତ୍ରେ ତାଙ୍କ ପ୍ରଶଂସକ ପରିବାର ସଦସ୍ୟ ତାଙ୍କୁ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଦେଲେ। ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲିକ ମଧ୍ୟ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now