ଠିକାଦାରଙ୍କୁ ଗୁଳି କରି ହତ୍ୟା

Spread the love

ଖୋର୍ଦ୍ଧା : ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ଥାନା ଅନ୍ତର୍ଗତ ଚଣ୍ଡେଶ୍ବର ଛକରେ ଗତକାଲି ବିଳମ୍ବିତ ରାତିରେ ଜଣେ ଠିକାଦାରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେ ହେଲେ ରାଧାମୋହନପୁରର ରମେଶ ଚନ୍ଦ୍ର ରାଉତ (୪୮)। ପୂର୍ବ ଶତ୍ରୁତାରୁ ଏହି ଗୁଳିକାଣ୍ଡ ଘଟିଥିବା ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ହତ୍ୟା ମାମଲା ରୁଜ୍ଜୁ କରିଛି। ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସୂଚନା ଅନୁଯାୟୀ, ଗତକାଲି ରାତିରେ ଚଣ୍ଡେଶ୍ୱର ଛକରେ ଥିବା ଏକ ଢାବାରୁ ରମେଶ ଖାଇସାରି ନିଜ ବାଇକରେ ଘରକୁ ଫେରୁଥିଲେ । ତାଙ୍କ ସାଥିରେ ମୁଣ୍ଡାଳ ଗ୍ରାମର ଦିଲ୍ଲୀପ ସୁରଜିତ ଓ ସେହି ଗ୍ରାମର ଗଙ୍ଗାଧର ସୁବୁଦ୍ଧି ଥିଲେ । ସେମାନେ ଚଣ୍ଡେଶ୍ୱରରୁ ସାତଶଙ୍ଖ ଦେଇ ଘରକୁ ଯାଉଥିଲେ। ଏହି ସମୟରେ ଅନ୍ୟ ଏକ ବାଇକରେ ତାଙ୍କୁ ପିଛା କରୁଥିବା ଦୁଇ ଜଣ ଦୁବୃର୍ତ୍ତ ତାଙ୍କ ବାଇକକୁ ଅଟକାଇଥିଲେ। କେହି କିଛି ବୁଝିବା ପୂର୍ବରୁ ଅତର୍କିତ ଭାବେ ରମେଶଙ୍କୁ ଗୁଳି ଚଳାଇ ସେଠାରୁ ଦୁର୍ବୁତ ମାନେ ଫେରାର ହୋଇଯାଇଥିଲେ। ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଟାଙ୍ଗୀ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଘଟଣା ପରେ ପୋଲିସ ରମେଶଙ୍କ ସାଥିରେ ଥିବା ଦୁଇ ବନ୍ଧୁଙ୍କୁ ପଚରାଉଚୁରା କରୁଛି। ଘଟଣାର ତଦନ୍ତ ଜାରି ରହିଥିବା ଟାଙ୍ଗି ଥାନାଧିକାରୀ ଦିଗବିଜୟ ବିଶ୍ବାଳ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *