ହନିଟ୍ରାପ ଜାଲରେ ପଡ଼ିଥିଲେ ଶହେ- ବନ୍ଧା ହେଲେ ଦମ୍ପତ୍ତି

ହନିଟ୍ରାପ୍ କରି ଶହେରୁ ଅଧିକ ଲୋକଙ୍କୁ ନିଜ ଜାଲରେ ଫସାଇଥିଲେ। ହେଲେ ଶେଷରେ ଧରାପଡ଼ିଗଲେ ଦମ୍ପତ୍ତି। ତାମିଲନାଡୁର କରିମନଗରରୁ ଆସିଛି ଏଭଳି ଅଭାବନୀୟ ଘଟଣା। ବିଶେଷ କରଇ ଯୁବକ ଓ ବିଜନେସମ୍ୟାନଙ୍କଠୁ ମୋଟା ଅଙ୍କର ଅର୍ଥ ଲୁଟ୍ ପାଇଁ ଦମ୍ପତ୍ତି କରିଥିଲେ ଏଭଳି ଯୋଜନା। ମନଚେରିଏଲରେ ରହୁଥିବା ଏହି ଦମ୍ପତ୍ତି ମାର୍ବଲ ଓ ଇଣ୍ଟେରିୟର କାମ କରୁଥିଲେ। କିନ୍ତୁ ବ୍ୟବସାୟରେ କ୍ଷତି ହୋଇଥିଲା। ସହଜ ଉପାୟରେ ଅର୍ଥ ରୋଜଗାର ଚକ୍କରରେ ହନିଟ୍ରାପ୍ ରାସ୍ତା ଆପଣାଇଲେ। କରିମନଗରକୁ ସିଫ୍ଟ ହେବା ପରେ ଅରେପଲ୍ଲୀରେ ଏକ ଆପାର୍ଟମେଣ୍ଟ ନେଇଥିଲେ। ଯୁବକ ଓ ବ୍ୟବସାୟୀଙ୍କୁ ଫସାଇବାକୁ ଇନଷ୍ଟାଗ୍ରାମରେ ନ୍ୟୁଡ୍ ଫଟୋ ଓ ଭିଡ଼ିଓ ଅପଲୋଡ କରିଥିଲେ। ମହିଳାଙ୍କ ସହ ସମ୍ପର୍କ କରୁଥିବା ବ୍ୟକ୍ତିଙ୍କ ସହ ଶାରୀରିକ ସମ୍ପର୍କ ରଖିବା ବାହାନାରେ ଘରକୁ ଡକାଯାଉଥିଲା। ଆଉ ସ୍ୱାମୀ ଏମାନଙ୍କ ଅଶ୍ଳୀଳ ଭିଡ଼ିଓ଼ ଚୁପଚାପ୍  ଉଠାଇ ନେଉଥିଲେ। ଆଉ ଫଟୋ ଓ ଭିଡ଼ିଓ ସାଙ୍ଗ, ସମ୍ପର୍କୀୟଙ୍କ ଭିତରେ ଭାଇରାଲ କରିବାକୁ ଧମକ ଦେଇ ବ୍ଲାକମେଲିଂ କରୁଥିଲେ। ପ୍ରାୟ ଶହେ ଲୋକଙ୍କୁ ହନିଟ୍ରାପ ଜାଲରେ ଫସାଇ ବ୍ଲାକମେଲିଂ କରିଥିଲେ। କେବଳ ଜଣେ ପୀଡ଼ିତଙ୍କଠୁ ସେମାନେ ୧୨ ଲକ୍ଷ ଟଙ୍କା ନେଇଥିଲେ। ଏ ଟଙ୍କାରେ କାର୍, ଫ୍ରିଜ୍, ଏସି, ସୋଫା ଓ ଘରର ଅନ୍ୟାନ୍ୟ ସାମଗ୍ରୀ କିଣିଥିଲେ। ପରେ ସଂପୃକ୍ତ ପୀଡ଼ିତଙ୍କୁ ଆଉ ୫ ଲକ୍ଷ ମାଗିବାରୁ ସେ ଦେବାକୁ ଅସମର୍ଥ ହୋଇଥିଲେ। ଆଉ ଜୀବନ ବିକଳରେ ପରିବାରକୁ ଜଣାଇ ଥାନାର ଦ୍ୱାରସ୍ଥ ହୋଇଥିଲେ। ଆଉ ପୁଲିସ ଏହି ଦମ୍ପତ୍ତିଙ୍କୁ ଗିରଫ କରିଛି। ଏମାନଙ୍କଠୁ କାର, ଟଙ୍କା, ଫୋନ୍ ଓ ଏକ ବ୍ଲାଂକ ଚେକ୍ ଜବତ କରିଛି ପୁଲିସ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *