ଇତିହାସ ରଚିବାକୁ ଯାଉଛି ଇସ୍ରୋ। ବୁଧବାର ଲଞ୍ଚ ହେବ ପ୍ରୋବା-୦୩ ସାଟେଲାଇଟ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପିଏସଏଲଭି-ଏକସଏଲ ରକେଟ୍ରୁ ୟୁରୋପୀୟ ମହାକାଶ ଏଜେନ୍ସିର ପ୍ରୋବା-୦୩ ସାଟେଲାଇଟ ଲଞ୍ଚ କରିବ। ଆସନ୍ତାକାଲି ବିଶାଖାପାଟଣାର ଶ୍ରୀହରି କୋଟା ସ୍ପେସ ଷ୍ଟେସନରୁ ୪ଟା ୮ ମିନିଟରେ ଉତକ୍ଷେପଣ ହେବ ବୋଲି ସୂଚନା ମିଳିଛି। ଏହି ସାଟେଲାଇଟ ପୃଥିବୀର ଅଣ୍ଡାକାର କକ୍ଷରେ ପରିକ୍ରମା କରିବ। ପ୍ରୋବା-୩ରେ ସଂଲଗ୍ନ ଏଏସ୍ପିଆଇଆଇସିଏସ ଉପକରଣ ଯୋଗୁ ଏହି କଳା ସ୍ଥାନର ଅଧ୍ୟୟନ ସହଜ ହେବ। ଏହା ସୌର ପବନ ଓ କୋରୋନାଲ ମାସ ଇଞ୍ଜେକସନ ମଧ୍ୟ ଅଧ୍ୟୟନ କରିବ। ଏହି ସାଟେଲାଇଟ ଯୋଗୁ ବୈଜ୍ଞାନିକମାନେ ମହାକାଶର ପାଣିପାଗ ଓ ପବନର ଅଧ୍ୟୟନ କରିପାରିବେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now