ବେଙ୍ଗାଲୁରୁ: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦରୁ ହଟିବା ପରେ ଏବେ ୟେଦୁରପ୍ପାଙ୍କ ପାଇଁ ଘନଉଛି ସମସ୍ୟା। ରାଜ୍ୟର ଏକ କୋର୍ଟ ଏହି ବିଜେପି ନେତା ଓ ତାଙ୍କ ପରିବାର ବିରୋଧରେ ଭ୍ରଷ୍ଟାଚାର ମାମଲା ଦାୟର କରିବାକୁ ଦେଇଛନ୍ତି ନିର୍ଦ୍ଦେଶ।ଏହାକୁ ନେଇ ୟେଦ୍ଦୁରପ୍ପା କହୁଛନ୍ତି କି, ଏକ ବ୍ୟକ୍ତିଗତ ଅଭିଯୋଗ ଆଧାରରେ ସେସନ ଆଣ୍ଡ ସିଭିଲ କୋର୍ଟ ଏହି ଆଦେଶ ଦେଇଛନ୍ତି।
ଏକ ବ୍ୟକ୍ତିଗତ ମାମଲାରେ ବିଶେଷ କୋର୍ଟରେ ନୂଆ ରୂପେ ଶୁଣାଣି କରିବାକୁ ଜୁଲାଇ ୭ରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସେସନ କୋର୍ଟରୁ ଏହି ଆଦେଶ ଆସିଛି ହାଇକୋର୍ଟ । ଏହା ପରେ ଜୁଲାଇ ୮ରେ ଯାଚିକା କର୍ତ୍ତା ନିମ୍ନ କୋର୍ଟରେ ଆବେଦନ କରିଥିଲେ।
ଯାଚିକା କର୍ତ୍ତା ଆବ୍ରାହମ ଅଭିଯୋଗ କରିଥିଲେ କି, ୟେଦ୍ଦୁରପ୍ପା ଓ ତାଙ୍କ ପରିବାର ଲୋକେ ବେଙ୍ଗାଲୁରୁ ବିକାଶ ପ୍ରାଧିକରଣର ଠିକା ଦେବାକୁ ଲାଞ୍ଚ ନେଉଥିଲେ। ତେବେ ଏହା ଉପରେ ୟେଦ୍ଦୁରପ୍ପା କହିଛନ୍ତି କି, ତାଙ୍କର ନ୍ୟାୟପାଳିକା ଉପରେ ପୂର୍ଣ୍ଣ ଭରସା ରହିଛି। କୌଣସି ଅଭିଯୋଗରେ କିଛି ବି ସତ୍ୟତା ନାହିଁ।

Naxatra News is now on Whatsapp
Join and get latest news update delivered to you via whatsapp
Join Now