ଦାଦନ କଷଣ

ଗଜପତି:  ଦାଦନ ଖଟିବା ନାଁରେ ଘରୁ ଡାକି ନେଇ ନିର୍ଯାତନା। ହାତ ପାପୁଲି ଓ ଗୋଟିଏ ଗୋଡ଼ କାଟି ଦେଲେ ଦଲାଲ। ଏଭଳି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ଅଡ଼ବା ଥାନା କଲବା ଗାଁରୁ।

 ଗତ ୧୩ ତାରିଖରେ ଗାଁର ଶାଙ୍କ ମୁର୍ମୁକୁ ନିକଟସ୍ଥ ଗାଁର ୪ ଜଣ ଯୁବକ ମାସିକ ୨୦ ହଜାର ଟଙ୍କା ପାରିଶ୍ରମିକ ପ୍ରଲୋଭନ ଦେଖାଇ ଶାଙ୍କକୁ ଉତ୍ତରପ୍ରଦେଶର ଏକ ସିମେଣ୍ଟ କମ୍ପାନିକୁ ନେଇଯାଇଥିଲେ । ସେଠାରେ କିଛି ଦିନ କାମ କରିବା ପରେ ଶାଙ୍କ ତାଙ୍କର ପ୍ରାପ୍ୟ ଟଙ୍କା ମାଗିଥିଲେ। ଟଙ୍କା ଦେବା ବଦଳରେ ପାଲଟା ମାଡ଼ ମାରିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ, ଶାଙ୍କ ବାରମ୍ବାର ପ୍ରାପ୍ୟ ମାଗିବାରୁ ଦଲାଲ ମାନେ ତାଙ୍କୁ ପ୍ରାପ୍ୟ ଦେବା ବଦଳରେ ତାଙ୍କୁ ଜବରଦସ୍ତି ମଦ ପିଆଇ ଦେଇଥିଲେ। ସେ ନିଶାସକ୍ତ ଅବସ୍ଥାରେ ଥିବା ବେଳେ ତାଙ୍କ ବାମ ଗୋଡ଼ ଓ ଡାହାଣ ହାତର ପାପୁଲି  କାଟି ଦେଇଥିଲେ। ଗୁରୁତର ଅବସ୍ଥାରେ ଝାନସି ମେଡିକାଲ ନିଆଯାଇଥିଲା।

ମେଡିକାଲରେ ମାତ୍ର ଗୋଟିଏ ଦିନ ଚିକିତ୍ସା କରାଇ ଶାଙ୍କଙ୍କୁ  ଗାଁରେ ଆଣି ଛାଡି ଦେଇଛନ୍ତି ଦଲାଲମାନେ। ତେବେ ଘଟଣା ନେଇ ଥାନାରେ ଅଭିଯୋଗ କଲେ ଜୀବନରୁ ମାରି ଦେବାକୁ ଧମକ ଦେଇଛନ୍ତି ଦଲାଲ ଯୁବକ । ସେଥିପାଇଁ ଥାନାରେ ଅଭିଯୋଗ କରି ନ ପାରି ଭୟରେ ଘରେ ପଡିରହିଥିଲେ ଶାଙ୍କ । ଗଣମାଧ୍ୟମରେ ଏନେଇ ଖିର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରିଛି।

ତେବେ ମେଡିକାଲରେ ଭର୍ତ୍ତି କରିବା ବଡ କଥା ନୁହେଁ। କାହିଁକି ରାଜ୍ୟରେ ଏପରି ଘଟଣା ଘଟୁଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସରକାର କହୁଛନ୍ତି, ଲୋକଙ୍କ ପାଇଁ ରୋଜଗାର ଯୋଗାଇ ଦିଆଯାଉଛି। ଏହା ପରେ କାହିଁକି ଓ କିପରି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଗରିବ ଖଟିଖିଆ ଯାଇ ତଳିତଳାନ୍ତ ହେଉଛନ୍ତି, ଏମିତି କି ଅନେକ ସମୟରେ ନିଜ ଜୀବନ ମଧ୍ୟ ହରାଉଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *