ନିଆଁରେ ପୋଡିହୋଇ ମା’ ଓ ଝିଅ ମୃତ

ଜଗତପୁର ଥାନା ଆତୋଡା ଗାଁରେ ପୋଡ଼ି ହୋଇ ମା’ ସହ ଶିଶୁ କନ୍ୟା ମୃତ। ସ୍ବାମୀ କୁ ଅଟକ ରଖି ପଚରା ଉଚରା କରୁଛି ଜଗତପୁର ପୋଲିସ । ମଙ୍ଗଳବାର ସନ୍ଧ୍ୟାରେ ଦେହରେ କିରୋସିନ ଢାଳି ନିଜ 4ମାସର ଶିଶୁକନ୍ୟାକୁ ଧରି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଶୁଚିସ୍ମିତା ମହାନ୍ତି। ପାରିବାରିକ କଲହରୁ ଏଭଳି କରିଥିବା କୁହାଯାଉଥିବା ବେଳେ ଶୁଚିସ୍ମିତାଙ୍କ ମାଆ ରଶ୍ମିତା ମହାନ୍ତି ଯୌତୁକ ନିର୍ଯାତନା ଆଣି ଜଗତପୁର ଥାନାରେ ଏତଲା ଦେଇଛନ୍ତି । ଏତଲାରେ ସ୍ବାମୀ, ଶାଶୁ ଓ ବିବାହିତା ନଣନ୍ଦଙ୍କ ନାମ ଉଲ୍ଲେଖ କରିଛନ୍ତି । ସୂଚନା ମୁତାବକ 2023 ଡିସେମ୍ୱର ୧୦ରେ ବୈଦିକ ରୀତିରେ ସୌରି ଗାଁର ଶୁଚିସ୍ମିତା ମହାନ୍ତି ଆତୋଡ଼ା ଗାଁର ଶୁଭ ରଞ୍ଜନ ଲେଙ୍କାଙ୍କୁ ବିବାହ କରିଥିଲେ। ବିବାହ ସମୟରେ ଶାଶୁ ଘର ଲୋକଙ୍କ ଡିମାଣ୍ଡ ମୁତାବକ ସମସ୍ତ ଟଙ୍କା, ଆସବାସ ପତ୍ର ଓ ସୁନା ଅଳଙ୍କାର ଦେଇଥିଲେ। ତେବେ ପରବର୍ତ୍ତୀ ସମୟରେ ଅଧିକ ଯୌତୁକ ଦାବୀ କରି ଶାଶୁ ଘର ଲୋକ କିରୋସିନ ଢାଳି ମା’ ଝିଅ କୁ ମାରି ଦେଇଥିବା ମୃତ ଶୁଚିସ୍ମିତାର ମାଆ ଓ ଭଉଣୀ ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ମୃତ ଶୁଚିସ୍ମିତାର ମାଆଙ୍କ ଏତଲାକୁ ଭିତ୍ତିକରି ପୋଲିସ ଜଗତପୁର ଥାନା କେଶ ନଂ 615 / 24 ଏକ ମାମଲା ରୁଜ କରିଛି । ତେବେ ପ୍ରଥମେ ପାରିବାରିକ କଳହକୁ କେନ୍ଦ୍ର କରି ମହିଳା ଜଣକ ତାଙ୍କ ଶିଶୁ କନ୍ୟାକୁ ଧରି ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ପରବର୍ତ୍ତୀ ସମୟରେ ତାଙ୍କ ମାଆ ହତ୍ୟା ଅଭିଯୋଗ ଆଣିଛନ୍ତି । ପୋଲିସ ତଦନ୍ତ କରୁଛି । ମୃତ ମହିଳାଙ୍କ ସ୍ବାମୀ କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି ବୋଲି କଟକ ଏ ସି ପି ଅରୁଣ କୁମାର ସ୍ବାଇଁ କହିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *