ରେଳଧାରଣାରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

Spread the love

ବ୍ରହ୍ମପୁର: ବ୍ରହ୍ମପୁର ଖୋଡାସିଙ୍ଗ ସ୍ଥିତ ରେଳଧାରଣାରେ ଯୁବକଙ୍କ ସନ୍ଦେହ ଜନକ ଭାବେ ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ହେଲେ ଜଗନ୍ନାଥ ବିହାରର ଦୀପକ ଗୈାଡ। ଗତକାଲି ଠାରୁ ଦୀପକ ଘରୁ ନିଜ କାର୍ଯ୍ୟରେ ଯାଇଥିବା ବେଳେ ଆଉ ଫେରିନଥିଲେ । ଆଜି ସକାଳେ ରେଳଧାରଣାରେ ଦୀପକଙ୍କ ମୃତଦେହ ପଡ଼ିଥିବା ନେଇ ଜିଆରପି ଥାନାକୁ ଖବର ମିଳିଥିଲା। ଖବର ପାଇ ଜିଆରପି ଥାନା ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ସେପଟେ ମୃତ ଦୀପକଙ୍କ ହତ୍ୟା କରିବା ପରେ ତାଙ୍କୁ ରେଳଧାରଣାରେ ପକାଇ ଦେଇଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକ ।

ପ୍ରେମ ଜନିତ ବ୍ୟାପାରକୁ ନେଇ ଯୁବକଙ୍କୁ ହତ୍ୟା ପରେ ରେଳଧାରଣାରେ ଫୋପାଡି ଦେଇଥିବା ଅଭିଯୋଗ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଖୋଡାସିଙ୍ଗ ସ୍ଥିତ ରେଳଧାରଣାରେ । ଆଜି ସକାଳୁ ରେଳ ଧାରଣା ଉପରେ ମୃତଦେହ ପଡ଼ିଥିବା ନେଇ ବ୍ରହ୍ମପୁର ରେଳବାଇ ଥାନା ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ଖବର ପାଇ ଜିଆରପି ଥାନା ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ମୃତକ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନିକଟସ୍ଥ ଜଗନ୍ନାଥ ବିହାରର ଦୀପକ ଗୈାଡ। ତେବ ଜିଆରପି ଥାନା ପୋଲିସ ଘଟଣାସ୍ଥଳରୁ ମୋବାଇଲ, କୋଲଡ୍ରିଙ୍କସ ବୋତଲ, ଚପଲ ଜବତ କରିଛି । ରେଳବାଇ ଥାନା ପୋଲିସ ଏକ ଅପମୃତ୍ୟୁ ମାମାଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ମଧ୍ୟ ତଦନ୍ତ କରାଯାଉଛି । ମୃତଦେହର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି ରେଳବାଇ ଥାନା ସବ ଇନସ୍ପେକ୍ଟର ସୂଚନା ଦେଇଛନ୍ତି ।

ସେପଟେ ପରିବାର ଲୋକଙ୍କ ଅଭିଯୋଗ ଦାପକଙ୍କୁ ହତ୍ୟା କରାଯାଇଛି। ସୂଚନା ଅନୁଯାୟୀ ଦୀପକ ତାଙ୍କ ଘର ନିକଟସ୍ଥ ଏକ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିବା କହିଛନ୍ତି ପରିବାର ଲୋକ। କିଛି ଦିନ ତଳେ ଦୀପକ ନିଜ ପ୍ରେମିକାଙ୍କ ସହ ଫୋଟକୁ ସୋସିଆଲ ମିଡିଆର ଅପଲୋଡ କରିଥିଲେ। ଏହାକୁ ବିରୋଧ କରି ଯୁବତୀଙ୍କ ପରିବାର ଲୋକେ ଦୀପକଙ୍କୁ ହତ୍ୟା କରିଥିବା ତାଙ୍କ ଭାଇ ଅଭିଯୋଗ କରିଛନ୍ତି। ତେବେ ଘଟଣା ଦିନ ଦୀପକ କାମ କରୁଥିବା ଛାତ୍ରୀ ନିବାସକୁ ଆସି ତାଙ୍କୁ ଯୁବତୀଙ୍କ ପରିବାର ଲୋକ ତାଙ୍କ ସମ୍ପର୍କରେ ପଚରାଉଚରା କରୁଥିବା  ରୋଷେୟା କହିଛନ୍ତି। ଏହି ଘଟଣାଟି  ପ୍ରେମ ଜନିତ ହତ୍ୟା ନା ଆତ୍ମହତ୍ୟା ତାହା ପୋଲିସର ତଦନ୍ତ ପରେ ହିଁ ଜଣାପଡ଼ିବ ।

ଇତିଶ୍ରୀ ସମାପିକା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *