ରାସ୍ତା ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅଧିନସ୍ଥ ପଞ୍ଚଭୁତି ଗ୍ରାମର ଖଳାସାହି ରାସ୍ତା ଉପରେ ସେହି ଗ୍ରାମର ଜଣେ ଯୁବକ ବସନ୍ତ ଗୌଡଙ୍କ ମୃତ ଦେହ ପଡିଥିବା କିଛି ଲୋକେ ଦେଖିବାକୁ ପାଇ ଜଗନ୍ନାଥ ପ୍ରସାଦ ଥାନାକୁ ଖବର ଦେଇଥିଲେ । ଥାନା ଅଧିକାରୀ ସଦଳବଳେ ସେଠାରେ ପହଞ୍ଚି ମୃତ ଦେହକୁ ଜବତ କରିଥିଲେ । ବସନ୍ତଙ୍କ ପରିବାର ଲୋକଙ୍କୁ ଖବର ଦେବା ପରେ ଘଟଣା ସ୍ଥଳରେ ସେମାନେ ପହଞ୍ଚି ଥିବା ଜଣାପଡିଛି । ମୃତ ଦେହକୁ ପୋଲିସ୍ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା କହିଛନ୍ତି ଜଗନ୍ନାଥ ପ୍ରସାଦ ଥାନା ଅଧିକାରୀ ! କେଉଁ ପରିସ୍ଥିତିରେ ଏହା ଘଟିଛି ସେ ନେଇ ପୋଲିସ୍ ତଦନ୍ତ ଜାରି ରଖିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *