ମାଛ ବଜାରରେ ଗଳା କାଟିଦେଲା। ସମସ୍ତଙ୍କ ସମ୍ମୁଖରେ ଯୁବତୀଙ୍କୁ ଧାରୁଆ ଅସ୍ତ୍ରରେ ହାଣିଦେଲା ଦୁର୍ବୃତ୍ତ। ଡେରାଡୁନର ପଲଟନ ମାର୍କେଟସ୍ଥିତ ମାଛ ବଜାରରେ ଏମିତି ମର୍ଡର ଘଟଣା ହଇଚଇ ଖେଳାଇଦେଇଥିଲା। ଡେଣ୍ଟାଲ କ୍ଲିନିକରେ କାମ କରୁଥିବା ୨୩ ବର୍ଷୀୟା ଯୁବତୀକୁ ବିଚ୍ ରାସ୍ତାରେ ମର୍ଡର କରିଛି ଜଣେ ବିବାହିତ ଯୁବକ। ହତ୍ୟାକାରୀକୁ ତୁରନ୍ତ ଧରିବାକୁ ସ୍ଥାନୀୟ ବ୍ୟବସାୟୀ ସଂଘ ଦାବି କରି ଦୋକାନବଜାର ବନ୍ଦ କରିଥିଲେ। ଅଭିଯୁକ୍ତ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଆକ୍ସନ ଲାଗି ଦାବି କରିଛନ୍ତି। ପୁଲିସର କହିବା କଥା, ଗୋବିନ୍ଦଗଡ଼ ନିବାସୀ ୨୩ ବର୍ଷୀୟା କାଜଲ ଆଜି ସକାଳ ପ୍ରାୟ ୧୦ଟା ବେଳେ ଘରୁ ଡ୍ୟୁଟି କରିବାକୁ ବାହାରିଥିଲେ। କିନ୍ତୁ ତାଙ୍କୁ ଆଗରୁ ଛକି ବସିଥିଲା ଆକାଶ କୁମାର। ଆଉ ଅଚାନକ ଧାରୁଆ ଅସ୍ତ୍ରରେ ବେକକୁ ପକାଇଥିଲା ଚୋଟ। ସେଠାରେ କଜାଲ ଛଟପଟ ହେଉଥିଲା ବେଳେ ତୁରନ୍ତ ସ୍ଥାନୀୟ ଲୋକେ ତାଙ୍କୁ ହସ୍ପିଟାଲ ନେଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ତେବେ ଏରିଆକୁ ତୁରନ୍ତ ସିଲ୍ କରି ଅଭିଯୁକ୍ତ ଆକାଶକୁ ଗିରଫ କରିଥିଲା ପୁଲିସ। ଆକାଶ ବିବାହିତ ଓ ଗୋଟିଏ ପିଲାର ବାପା। ପ୍ରାଥମିକ ଯାଞ୍ଚରୁ ଏକତରଫା ପ୍ରେମର ପ୍ରତିଶୋଧ ଲାଗୁଛି। ତେବେ ପୁଲିସ ସବୁ ଦିଗକୁ ନେଇ ଯାଞ୍ଚ କରୁଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now