ପୁଅ ପାଲଟିଲା ପିଶାଚ।ଭୁଲିଗଲା ରକ୍ତ ସଂପର୍କ

ମାତ୍ର ୨୦ ବର୍ଷର ବାଳକ ନିଜ ବାପା, ମାଆ ଏବଂ ଭଉଣୀଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛି । ଅଭିଯୁକ୍ତ ନିଜ ଘରେ ହିଁ ଘଟାଇଛି ଏହି ଅପରାଧ । ପୋଲିସ୍ ଅଭିଯୁକ୍ତର ଫୋନରୁ ହିଁ ହତ୍ୟା ସହ ଜଡିତ ପ୍ରମାଣ ପାଇଥିବାବେଳେ ସେ ନିଜ ବାପାଙ୍କ ସେନା ଛୁରୀରେ ଏହି କାଣ୍ଡ କରିଥିବା ଜଣାପଡିଛି । ତେବେ ଅଭିଯୁକ୍ତ ଜଣଙ୍କ ପ୍ରଥମେ ନିଜ ଭଉଣୀକୁ, ପରେ ବାପାଙ୍କୁ ଏବଂ ଶେଷରେ ନିଜ ମାଆଙ୍କୁ ହତ୍ୟା କରିଥିଲା ।ସୂଚନା ଅନୁଯାୟୀ, ୨୦ ବର୍ଷୀୟ ଅର୍ଜୁନ ତନୱାର ଯିଏକି ନିଜ ପରିବାର ସଦସ୍ୟଙ୍କୁ ହତ୍ୟା କରିଛି । ବାପା ରାଜେଶ, ମାଆ କୋମଲ ଏବଂ ଭଉଣୀ କବିତାଙ୍କୁ ସେ ଅତି ନିର୍ମମ ଭାବେ ହତ୍ୟା କରିଛି । ହତ୍ୟା ପଛର କାରଣ କଣ? ସମସ୍ତଙ୍କ ମନରେ ଏବେ ଉଙ୍କି ମାରୁଛି ଏ ପ୍ରଶ୍ନ । ତେବେ ଅର୍ଜୁନ ଏକ ଶାନ୍ତ ପ୍ରକୃତିର ପିଲା ବୋଲି କହିଛନ୍ତି ପଡୋଶୀମାନେ ।ଗୌରବ ନାମକ ଜଣେ ବ୍ୟକ୍ତି ଯିଏକି ଅର୍ଜୁନର ଶିକ୍ଷକ ତାଙ୍କ କହିବା କଥା, ବାପା ଏବଂ ପୁଅଙ୍କ ମଧ୍ୟରେ କୌଣସି ପ୍ରକାରର ତିକ୍ତତା ବିଷୟରେ ସେମାନେ କେବେ ଜାଣିନଥିଲେ । ପଡୋଶୀମାନେ ମଧ୍ୟ ସମାନ କଥା କହିଛନ୍ତି । ସେମାନଙ୍କ କହିବା କଥା, ଅର୍ଜୁନ ଜଣେ ଶାନ୍ତ ଏବଂ ଶୃଙ୍ଖଳିତ ବାଳକ । ସେ ପ୍ରତିଦିନ ଜିମ୍, ବକ୍ସିଂ ସହିତ ଚାଲିବା ଅଭ୍ୟାସ କରୁଥିଲା । ଯଦିଓ ଅର୍ଜୁନ ଅଧ୍ୟୟନରେ ବହୁତ ଭଲ ନଥିଲା, କିନ୍ତୁ ବାପା ରାଜେଶ ସବୁବେଳେ ସବୁଥିରେ ତାକୁ ସମର୍ଥନ କରୁଥିଲେ । ତା ଭଉଣୀ କବିତା ଅଧ୍ୟୟନରେ ବହୁତ ଭଲ ଥିଲେ । ଜଣେ ପଡ଼ୋଶୀ କହିଛନ୍ତି ଯେ ବାପା ରାଜେଶ ଅର୍ଜୁନକୁ ଏକ ମହଙ୍ଗା ବାଇକ୍ କିଣିକି ଦେଇଥିଲେ ।କିନ୍ତୁ ଏହା ଶୁଣିବାକୁ ମିଳିଛି କି, ଅର୍ଜୁନ ଏବଂ ତାଙ୍କ ଭଉଣୀଙ୍କ ମଧ୍ୟରେ କିଛି ତିକ୍ତତା ଥିଲା । ଜଣେ ପଡ଼ୋଶୀଙ୍କ କହିବା କଥା କି ଦିନେ ଭାଇ ଭଉଣୀଙ୍କ ଭିତରେ ଝଗଡା ସମୟରେ ଅର୍ଜୁନ ନିଜ ଭଉଣୀକୁ ମାରିଦେବାକୁ ଧମକ ଦେଇଥିଲା । କିନ୍ତୁ ଏସବୁ ସେ ଥଟ୍ଟା କହୁଥିବ ଭାବି ଏତେଟା ଗୁରୁତ୍ୱ ଦେଇନଥିଲେ ।ତେବେ ଘଟଣା ପରେ ପୋଲିସ ଅର୍ଜୁନର ଫୋନରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଥିଲା । ପୋଲିସ ଜାଣିବାକୁ ପାଇଥିଲା ଯେ, ଅର୍ଜୁନ ଗତ କିଛି ଦିନ ହେବ ଅନଲାଇନରେ ହତ୍ୟା ସହ ଜଡିତ ଜିନିଷ ଖୋଜୁଥିଲା । ସେ ଏକ ବିଶାକ୍ତ ରାସାୟନିକ ପଦାର୍ଥ ମିଶାଇ ବିଷ ଦେବାର ଉପାୟ ମଧ୍ୟ ଖୋଜୁଥିଲା । ଅର୍ଜୁନ ସ୍ୱୀକାର କରିଛି ଯେ, ହତ୍ୟାକାଣ୍ଡର ଗୋଟିଏ ଦିନ ପୂର୍ବରୁ ସେ ନିଜ ବାପାଙ୍କ ଛୁରୀ ଚୋରି କରିଥିଲା ।ପ୍ରଥମେ ଭଉଣୀକୁ ଟାର୍ଗେଟ କରିଥିଲା ଅର୍ଜୁନ । ପୋଲିସର ସୂଚନାନୁସାରେ, ଅର୍ଜୁନ ପ୍ରଥମେ ନିଜ ଭଉଣୀ ଉପରେ ଅତର୍କୀତ ଆକ୍ରମଣ କରିଥିଲା । ଯେତେବେଳେ ଭଉଣୀ କବିତା ଏହାକୁ ବିରୋଧ କରିଥିଲେ ଏବଂ ତାଙ୍କ ହାତକୁ କାମୁଡ଼ିଥିଲେ ସେ ତାଙ୍କ ପାଟିକୁ ହାତରେ ଦବାଇ ତାଙ୍କ ଗଳାକୁ ଚିପି ଦେଇଥିଲା । ତା’ପରେ ସେ ଉପର ମହଲାକୁ ଯାଇ ସେଠାରେ ପ୍ରଥମେ ବାପା ଓ ପରେ ମାଆଙ୍କୁ ଆକ୍ରମଣ କରି ଜୀବନ ନେଇଥିଲା । ଏପଟେ ପୋଲିସ ଦ୍ୱାରା ମିଳିଥିବା ପ୍ରମାଣରେ ଘଟଣାର ପରଦିନ ସକାଳେ ଅର୍ଜୁନ ଏକ ବଣରେ ଛୁରୀ ଏବଂ ରକ୍ତ ଜୁଡୁବୁଡୁ ପୋଷାକ ଫିଙ୍ଗି ଦେଇଥିଲା । ଅନ୍ୟପଟେ ଏଭଳି ସାଙ୍ଘାତିକ ଅପରାଧ ଘଟାଇ ସାରିବା ପରେ ବି ଅର୍ଜୁନର ମୁହଁରେ କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳିନଥିଲା । ସେ ସବୁଥର ପରି ଶାନ୍ତ ଥିଲା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *