ଦେବଗଡ ପୁଲିସ ହାତରେ 7 ସାଇବର ଲୁଟେରା

Spread the love

ଦେବଗଡ:  କେବିସି ନାମରେ ଲୁଟ ଅଭିଯୋଗ । ଅଭିଯୋଗ ଆଧାରରେ  7 ସାଇବର ଲୁଟେରାଙ୍କୁ ଗିରଫ କରିଛି ଦେବଗଡ଼ ଥାନା ପୁଲିସ l ଏହି ଲୁଟେରାମାନେ କେବିସି ନାମରେ ରାଇତାଳ ଗ୍ରାମର ବିସ୍ମୟ ବେହେରା, ସୁଜୟ ବାରିକ, ମଧୁଲିପି ବେହେରା ଓ ଅନ୍ୟ ଜଣଙ୍କ ଠାରୁ 2 ଲକ୍ଷ,43 ହଜାରରୁ ଉର୍ଦ୍ଧ୍ବ ଟଙ୍କା ଲୁଟ କରିଥିବା ଦେବଗଡ଼ ଥାନାରେ ଅଭିଯୋଗ ହୋଇଥିଲା।

ସମ୍ପ୍ରତି ସୋନି ଟେଲିଭିଜନରେ ଲୋକପ୍ରିୟ କୁଇଜ ଭିତ୍ତିକ କାର୍ଯ୍ୟକ୍ରମ କେବିସି ପ୍ରଦର୍ଶିତ ହେଉଛି। ଏହି କାର୍ଯ୍ୟକ୍ରମକୁ ଆୟୁଧ କରି ସାଇବର ଲୁଟେରା ମଧ୍ୟ ଚଳାଇଛନ୍ତି ସେମାନଙ୍କ କଳା ସାମ୍ରାଜ୍ୟ। ଏହି କ୍ରମରେ ରାଇତାଳ ଗ୍ରାମର ବିସ୍ମୟ ବେହେରା, ସୁଜୟ ବାରିକ, ମଧୁଲିପି ବେହେରା ଓ ଅନ୍ୟ ଜଣଙ୍କ ଠାରୁ 2 ଲକ୍ଷ,43 ହଜାରରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଥିଲେ ସାଇବର ଅପରାଧୀ। ଲୁଟର ଶିକାର ହେବା ଜାଣିବା ପରେ ସେମାନେ ପୁଲିସରେ ଅଭିଯୋଗ କରିଥିଲେ।

ପୁଲିସ ଘଟଣାର ତଦନ୍ତ କରି ସାତ ଜଣଙ୍କ ନିକଟରେ ପହଞ୍ଚିଛି ଓ ୭ ଅପରାଧୀଙ୍କ ହାତରେ ଲଗାଇଛି ହାତକଡି। ଏମାନଙ୍କଠାରୁ ମଧ୍ୟ ପୁଲିସ 1ଲକ୍ଷ 40 ହଜାର ଟଙ୍କା ଜବତ କରିଛି। ଏହାସହିତ  ସେମାନଙ୍କ ନିକଟରୁ ମୋବାଇଲ ଫୋନ,ପାସବୁକ ଓ ଏଟିଏମ କାର୍ଡ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ମାନଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ଅଭିଯୋଗ ହୋଇଥିବା ସୂଚନା ଦେଇଛନ୍ତି ବରଗଡ ଏସପି ପ୍ରମୋଦ କୁମାର ରଥ।

Leave a Reply

Your email address will not be published. Required fields are marked *