ଦିଶା ପଟ୍ଟାନୀଙ୍କ ଘରକୁ ଗୁଳିମାଡ଼- ସନ୍ଥକୁ ଅପମାନର ପ୍ରତିଶୋଧ!

ବରେଲିରେ ଅଭିନେତ୍ରୀ ଦିଶା ପଟ୍ଟାନୀଙ୍କ ଘର ଉପରକୁ ହୋଇଛି ଗୁଳି ମାଡ଼। ଏଥିଲାଗି ଗ୍ୟାଙ୍ଗଷ୍ଟର ବୀରେନ୍ଦ୍ର ଚାରଣ ଓ ମହେନ୍ଦ୍ର ଶାରଣ ସୋସିଆଲ ମିଡିଆରେ ପୋଷ୍ଟ କରି ନିଜକୁ ଦାୟୀ କରିଛନ୍ତି। ଆଉ ଗୁଳିକାଣ୍ଡ ପଛରେ ପ୍ରେମାନନ୍ଦ ମହାରାଜଙ୍କୁ ଅପମାନର ପ୍ରତିଶୋଧର ଏକ ଟ୍ରେଲର ବୋଲି ଦର୍ଶାଇଛନ୍ତି। କୁଖ୍ୟାତ ଅପରାଧୀ ଗୋଲ୍ଡି ବରାରଙ୍କ ଗ୍ୟାଙ୍ଗ ରୋହିତ ଗୋଦାରାଙ୍କ ଆଇଡିରୁ ଏହି ପୋଷ୍ଟ କରାଯାଇଛି। ଏହି ଦୁଇ ଗ୍ୟାଙ୍ଗ ଲରେନ୍ସ ବିଷ୍ଣୋଇଙ୍କ ଲାଗି କାମ କରନ୍ତି। ଦିଶାଙ୍କ ଭଉଣୀ ପ୍ରେମାନନ୍ଦ ମହାରାଜଙ୍କୁ ଅପମାନିତ କରିଥିଲେ ବୋଲି ଦର୍ଶାଇଛନ୍ତି ଗ୍ୟାଙ୍ଗଷ୍ଟର। ସନ୍ଥ ପ୍ରେମାନନ୍ଦ ମହାରାଜ ଓ ଅନିରୁଦ୍ଧାଚାର୍ଯ୍ୟ ମହାରାଜଙ୍କ ଅପମାନ କରିଥିଲେ ଖୁସବୁ। ଏଥିରେ ସନାତନ ଧର୍ମକୁ ନୀଚ୍ଚା ଦେଖାଇବାକୁ ପ୍ରୟାସ କରୁଛନ୍ତି ଖୁସବୁ। ଏହା ତ କେବଳ ଏକ ଟ୍ରେଲର ଥିଲା। ଆଗକୁ ଯଦି କେହି ସନାତନ ଧର୍ମ ପ୍ରତି କୌଣସି ଅଭଦ୍ରତା ଦେଖାନ୍ତି, ତା ହେଲେ ତାଙ୍କ ଘରର କୌଣସି ବ୍ୟକ୍ତି ବଞ୍ଚିବେନି।  ଫିଲ୍ଜ ଜଗତ ସହ ଜଡ଼ିତ କୌଣସି ଆର୍ଟିଷ୍ଟ ବା ବ୍ୟକ୍ତିବିଶେଷ ସମସ୍ତଙ୍କୁ ଏହା ସମାନ ଚେତାବନୀ ବୋଲି ପୋଷ୍ଟରେ ଦର୍ଶାଯାଇଛି। ଏମିତି କେହି କଲେ ତାହାର ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବ ବୋଲି ତାଗିଦ୍ କରାଯାଇଛି। ଧର୍ମର ରକ୍ଷା ସକାଶେ କୌଣସି ସ୍ତରକୁ ବି ଯାଇପାରିବୁ। ଶୁକ୍ରବାର ଭୋରରୁ ଏହି ଗୁଳିକାଣ୍ଡ ହୋଇଥିଲା। ବାଇକରେ ଦୁଇ ଦୁର୍ବୃତ୍ତ ଆସି ୯ ରାଉଣ୍ଡ ଫାୟାରିଂ କରିଥିଲେ ଦୁର୍ବୃତ୍ତ। କୋଠାର ବାଲକୋନୀରେ ଗୁଳିର ଚିହ୍ନ ରହିଛି। ଏହାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ତନାଘନା ଜାରି ରଖିଛି। ପୁଲିସ ଅଭିଯୁକ୍ତଙ୍କୁ ଧରିବାକୁ ୫ଟି ଟିମ୍‌ ଗଠନ କରାଯାଇଛି। ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଛି। ଦିଶା ପଟ୍ଟାନୀଙ୍କ ବରେଲିସ୍ଥିତ ଘରେ ତାଙ୍କ ପୁରା ପରିବାର ସହ ବଡ଼ ଭଉଣୀ ଖୁସବୁ ପଟ୍ଟାନୀ ରୁହନ୍ତି। ଦିଶାଙ୍କ ବାପା ଅବସରପ୍ରାପ୍ତ ମେଜର ଅଟନ୍ତି। ଖୁସବୁ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ। କିନ୍ତୁ ଖୁସବୁ ଏ ଘଟଣାରେ କୌଣସି ରିଆକ୍ସନ ଦେଇନାହାନ୍ତି। କିଛି ମାସ ତଳେ ଅନିରୁଦ୍ଧାଚାର୍ଯ୍ୟ ଯେବେ ମହିଳାଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ। ସେତେବେଳେ ଖୁସବୁ ସୋସିଆଲ ମିଡିଆରେ ଭିଡ଼ିଓ ଜାରି କରି ଏଭଳି ଶବ୍ଦର ନିନ୍ଦା କରିଥିଲେ। ସେତେବଳେ ପ୍ରେମାନନ୍ଦ ମହାରାଜଙ୍କ ଉପରେ ମହିଳାଙ୍କୁ ନେଇ ଏକ ଭିଡ଼ିଓ ଭାଇରାଲ ହୋଇଥିଲା। ଏ ବିବାଦ ବଢ଼ିବାରୁ ଖୁସବୁଙ୍କୁ ସାମ୍ନାକୁ ଆସି ସଫେଇ ଦେବାକୁ ପଡ଼ିଥିଲା। ଖୁସବୁ କହିଥିଲେ, ପ୍ରେମାନନ୍ଦ ମହାରାଜଙ୍କ ଉପରେ ନୁହେଁ, ବରଂ ଅନିରୁଦ୍ଧାଚାର୍ଯ୍ୟଙ୍କୁ ନେଇ ସେ ଟିପ୍ପଣୀ ଦେଇଥିଲେ। ଦିନକ ପୂର୍ବରୁ ରେକି କରିଥିଲେ ଦୁର୍ବୃତ୍ତ। ଦୁଇ ଆକ୍ରମଣକାରୀ ହେଲମେଟ ପିନ୍ଧିଥିଲେ। ରାଜସ୍ଥାନ ଓ ହରିଆଣାରେ ପ୍ରେମାନନ୍ଦ ଓ ଅନିରୁଦ୍ଧାଚାର୍ଯ୍ୟଙ୍କ ଲକ୍ଷ ଲକ୍ଷ ଅନୁଗାମୀ ଅଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *