ପ୍ୟାରୋଲ ଭଙ୍ଗ କରି ଦୁଇ ବର୍ଷ ଧରି ଲୁଚିଥିବା ‘ଡାକ୍ତର ଡେଥ୍’ ଦେବେନ୍ଦ୍ର ଶର୍ମା ଗିରଫ

ପାରୋଲ ଭଙ୍ଗ କରି ଦୁଇ ବର୍ଷ ହେଲା ଲୁଚିଥିବା ଡାକ୍ତର ଡେଥ୍ ନାଁରେ ପରିଚିତ ଦେବେନ୍ଦ୍ର ଶର୍ମାଙ୍କୁ ପୁଲିସ ଗିରଫ କରିଛି। ଜଣେ ପୂର୍ବ ଆୟୁର୍ବେଦିକ ଡାକ୍ତର। ଅନେକ ହତ୍ୟା ଓ ଅବୈଧ କିଡନୀ ପ୍ରତ୍ୟାରୋପଣ ମାମଲାର ଅଭିଯୁକ୍ତ ଡାକ୍ତର ଦେବେନ୍ଦ୍ର ଶର୍ମା ଦୁଇ ବର୍ଷ ପରେ ଗିରଫ ହୋଇଛନ୍ତି। ଦିଲ୍ଲୀ ପୁଲିସ ତାଙ୍କୁ ରାଜସ୍ଥାନର ଡୌସା ଜିଲ୍ଲା ଥିବା ଏକ ଆଶ୍ରମରୁ ଗିରଫ କରିଛି, ଯେଉଁଠି ସେ ପୂଜକ ଭାବେ ରହୁଥିଲେ। ଡାକ୍ତର ଶର୍ମା ୧୯୯୮ ଠାରୁ ୨୦୦୪ ମଧ୍ୟରେ ଅବୈଧ କିଡନୀ ବ୍ୟବସାୟ ରେ ଲିପ୍ତ ଥିଲେ। ସେ ଆନୁମାନିକ ୧୨୫ରୁ ଅଧିକ ଅବୈଧ କିଡନୀ ପ୍ରତ୍ୟାରୋପଣ କରିଛନ୍ତି। ଏହି ଅପରାଧରେ ଅସହାୟ ଲୋକଙ୍କୁ ନିଶାନା କରାଯାଇଥିଲା। ତାଙ୍କ ପ୍ରତି ଗମ୍ଭୀର ଅଭିଯୋଗ ହେଉଛି ଯେ, ସେ ଟ୍ୟାକ୍ସି ଓ ଟ୍ରକ୍ ଚାଳକଙ୍କୁ ହତ୍ୟା କରି ତାଙ୍କର ଶବକୁ କୁମ୍ଭୀର ଥିବା ନଦୀରେ ଫେଙ୍ଗିଦେଉଥିଲେ। ଯାହା ଦ୍ୱାରା ପ୍ରମାଣ ନଷ୍ଟ ହେଉଥିଲା। ପରେ ସେ ଏହି ଗାଡ଼ିଗୁଡ଼ିକୁ ଗୋପନ ମାର୍କେଟ୍‌ରେ ବିକ୍ରି କରୁଥିଲେ। ୨୦୦୪ ମସିହାରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ତିତ କରାଯାଇଥିଲା। କିନ୍ତୁ ୨୦୨୩ରେ ସେ ପ୍ୟାରୋଲରେ ବାହାରକୁ ଆସି ଆଉ ଜେଲ୍ ଫେରିନଥିଲେ। ଏହା ପରେ ପୁଲିସ ତାଙ୍କ ଦ୍ଵାରା ଖୋଜ ଅଭିଯାନ ଆରମ୍ଭ କରିଥିଲା। ତାଙ୍କୁ ଶେଷରେ ରାଜସ୍ଥାନର ଏକ ଆଶ୍ରମରୁ ଗିରଫ କରାଯାଇଛି, ଯେଉଁଠି ସେ ଧାର୍ମିକ ଗୁରୁ ଭାବେ ଗୋଟିଏ ନୂତନ ଓ ପ୍ରତିଚ୍ଛନ୍ନ ପରିଚୟ ନେଇ ରହୁଥିଲେ। ଡାକ୍ତରଙ୍କ ମୋବାଇଲ ରିଚାର୍ଜରୁ ପୁଲିସକୁ ସୁରାକ ମିଳିଥିଲା। ବାବା ବେଶରେ ଆଶ୍ରମରେ ଲୁଚିଥିଲେ। ଲୋକେସନ ଟ୍ରାକ୍ କରି ପୁଲିସ ଦୌସାରେ ପହଞ୍ଚି ଏକ ମନ୍ଦିରର ଆଶ୍ରମ ଆଗରେ ସପ୍ତାହେ କାଳ ନଜର ରଖିଥିଲା। ଆଉ ପୁରା ପକ୍କା ହେବା ପରେ ଧରିଥିଲା ଦେବେନ୍ଦ୍ରଙ୍କୁ। ଟିମ୍ ଦେବେନ୍ଦ୍ରଙ୍କୁ ଗିରଫ କରି ଦିଲ୍ଲୀ ଆଣିଛି। ଛାନଭିନରୁ ଜଣାପଡ଼ିଛି. ଦେବେନ୍ଦ୍ରର ଏଭଳି ଘୃଣ୍ୟ କାମ ବାବଦରେ ୨୦୦୪ରେ ପତ୍ନୀ ଜାଣିବା ପରେ ସେ ସବୁଦିନ ଲାଗି ଘର ଛାଡ଼ି ଚାଲିଗଲେ। ପିଲାଙ୍କୁ ନେଇ ପତ୍ନୀ ମୁମ୍ୱାଇ ପଳାଇଥିଲେ। ଦେବେନ୍ଦ୍ରଙ୍କ ଗୋଟିଏ ପୁଅ ସ୍ୱିଜରଲ୍ୟାଣ୍ଡ ଓ ଅନ୍ୟ ପୁଅ କେରଳରେ ରହି ଚାକିରୀ କରୁଛନ୍ତି। ୧୯୯୮ରେ ଡାକ୍ତର ଅମିତ ସହ ଦେବେନ୍ଦ୍ରର ସମ୍ପର୍କରୁ ଏତେ ବଡ଼ କାଣ୍ଡ ହୋଇଥିଲା। କିଡନି ଡୋନରଙ୍କୁ ଆଣିବାକୁ ଅମିତ ଦେବେନ୍ଦ୍ରଙ୍କୁ ପ୍ରବର୍ତ୍ତାଇଥିଲା। ଜଣେ ଜଣେ ଡୋନରଙ୍କୁ ୫ରୁ ୭ଲକ୍ଷ ଟଙ୍କା ଦେବାର ପ୍ରଲୋଭନ ଦେଖାଯାଇଥିଲା। ବିହାର, ବଙ୍ଗ ଓ ନେପାଳର ଗରିବ ଲୋକଙ୍କୁ ପ୍ରଲୋଭନ ଦେଖାଇ ଡାକ୍ତର ଅମିତ ପାଖକୁ ଲୋକଙ୍କୁ ଆଣୁଥିଲା ଦେବେନ୍ଦ୍ର। ୨୦୦୪ରେ ଦେବେନ୍ଦ୍ର ଓ ଅମିତ୍ ଗୁରୁଗ୍ରାମରେ କିଡନି ରାକେଟ ମାମଲାରେ ଗିରଫ ହୋଇଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *