କାତି ମାଡରେ ବଡ଼ ଭାଇ ମୃତ, ସାନଭାଇ ଗୁରୁତର

Spread the love

ଖୋର୍ଦ୍ଧା : ବାଣପୁର ଥାନା ଅନ୍ତର୍ଗତ ଭୀମପୁର ଗ୍ରାମ ହରିଜନ ସାହିରେ ଗତକାଲି ରାତିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ହତ୍ୟାକାଣ୍ଡରେ ବଡ଼ ଭାଇର ମୃତ୍ୟୁ ଘଟିଥିବା ବେଳେ ସାନ ଭାଇ ଗୁରୁତର ଆହତ ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ରବୀନ୍ଦ୍ର ନାୟକ ଓ ତାଙ୍କ ସାନଭାଇ ଶ୍ୟାମ ନାୟକ ଘରେ ବସି ଟିଭି ଦେଖୁଥିଲେ । ସେହି ଗ୍ରାମର ବସନ୍ତ ନାୟକ ପ୍ରଚୁର ମଦ୍ୟପାନ କରି ମାତାଲ ଅବସ୍ଥାରେ ଏକ ଧାରୁଆ କାତି ଧରି ରବିନ୍ଦ୍ରଙ୍କ ଘର ଭିତରକୁ ପଶି ଆସିଥିଲେ । ତେବେ ବସନ୍ତ ସାନଭାଇ ଶ୍ୟାମକୁ ଆକ୍ରମଣ କରି ଲହୁଲୁହାଣ କରିବା ସମୟରେ ଗହଳି ଶୁଭିବାରୁ ବଡଭାଇ ରବୀନ୍ଦ୍ର ନାୟକ ପହଂଚି ବସନ୍ତକୁ ପ୍ରତିରୋଧ କରିଥିଲେ । ବିରୋଧ ସମୟରେ ବସନ୍ତ ରବୀନ୍ଦ୍ରଙ୍କର ବେକକୁ କାତିରେ ଆକ୍ରମଣ କରିଥିଲା ।ଆକ୍ରମଣରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ଲୋକେ ଉଭୟଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିଲେ । ହେଲେ ସେଠାରେ ଡାକ୍ତର ରବୀନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ । ସାନଭାଇ ଶ୍ୟାମ ଗୁରୁତର ଭାବରେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ତେବେ ଏହି ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ଉତେଜନା ଲାଗି ରହିଥିବାରୁ ପୋଲିସ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *