ପତ୍ନୀ-ଶାଶୁଙ୍କୁ AK-47 ରେ ମାରିଲା : ନିଜେ ବି ମଲା

ପତ୍ନୀ ଓ ଶାଶୁଙ୍କୁ ଏକେ-୪୭ରେ ଗୁଳି କରି ମର୍ଡର କଲେ। ଆଉ ନିଜେ ବି ସୁଇସାଇଡ୍ କରିଦେଲେ ଅବସରପ୍ରାପ୍ତ ସୈନିକ। ଗୁରୁଦାସପୁରରେ ଏଭଳି ଅଭାବନୀୟ ଘଟଣା ସମସ୍ତଙ୍କୁ ହତବାକ୍ କରିଦେଇଛି। କାରଣ ଘରୋଇ କଳିରୁ ପତ୍ନୀ ଓ ଶାଶୁଙ୍କୁ ମାରିବା ପରେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗୁରୁଦାସପୁର ଏସପି ଆଦିତ୍ୟ କୁମାର ଅଭିଯୁକ୍ତକୁ ସରେଣ୍ଡର କରିବାକୁ କହିଥିଲେ। କିନ୍ତୁ ଶୁଣିଲେନି ସେ। ଶେଷରେ ସେହି ବନ୍ଧୁକରେ ନିଜକୁ ଗୁଳି କରିଦେଲେ। ପୂର୍ବତନ ସୈନିକ ଗୁରପ୍ରୀତ ସିଂ ଜେଲରେ ଗାର୍ଡ ଭାବେ ଚାକିରୀ କରୁଥିଲେ। ଗୁରପ୍ରୀତ ସିଂର ବିବାହ ୨୦୧୬ରେ ହୋଇଥିଲା। ପତ୍ନୀ ଅକବିନ୍ଦ୍ର ଓ ଶାଶୁ ଗୁରଜୀତ କୌରଙ୍କୁ ଗୁଳି କରିଥିଲେ ଗୁରପ୍ରୀତ୍। ଏହା ପରେ ଗୁରଦାସପୁରର ୭ ନମ୍ୱର ସ୍କିମରେ ଥିବା କ୍ୱାର୍ଟର୍ସରେ ଲୁଚିଥିଲେ। ଆଉ ପୁଲିସ ଗିରଫ କରିବାକୁ ଗଲାବେଳେ ସେ ପାଲଟା ପୁଲିସକୁ ଧମକ ଦେଇଥିଲେ। ଆଉ ନିଜକୁ ଗୁଳି କରି ମାରିଦେବି ବୋଲି କହିଥିଲେ। ପୁଲିସ ଗୁରପ୍ରୀତକୁ ବୁଝାଇବା ଓ ସରେଣ୍ଡର ପାଇଁ ଅପିଲ୍ କରି ପ୍ରାୟ ଘଣ୍ଟାଏ କାଳ ନାକେଦମ ହୋଇଥିଲା। ଶେଷରେ ବୁଝାଇବାକୁ କମାଣ୍ଡ ସମ୍ଭାଳିଥିଲେ ଏସପି। ଏସପିଙ୍କ କଥାକୁ ବି ସେ ଶୁଣିନଥିଲେ। ଆଉ ଶେଷରେ ନିଜକୁ ଗୁଳି କରିଦେଲେ। ଏକ ପ୍ରାଇଭେଟ କମ୍ପାନୀର ଗାର୍ଡ ଥିଲେ। ତାଙ୍କର ଡ୍ୟୁଟି କେନ୍ଦ୍ରୀୟ ଜେଲ ଗୁରୁଦାସପୁରରେ ଥିଲା। ତାଙ୍କୁ ଏକ ସରକାରୀ ଏକେ-୪୭ ରାଇଫଲ ଦିଆଯାଇଥିଲା। ଗୁରପ୍ରୀତର ଶାଳୀ ପରମିନ୍ଦର କୌର କହିଛନ୍ତି, ମାତ୍ର ୯ ବର୍ଷ ବିବାହ ଭିତରେ ତାଙ୍କ ଭଉଣୀଙ୍କ ସହ ନିଇତି ଝଗଡ଼ା କରୁଥିଲା ଗୁରପ୍ରୀତ। ତାଙ୍କର ଭିଣୋଇ ମାନସିକ ରୋଗୀ ଭଳି ଥିଲେ। ବିଳମ୍ୱିତ ରାତି ୩ଟାରେ ଘର କଳିରୁ ବନ୍ଧୁକରୁ ଗୁଳି କରି ପତ୍ନୀ ଓ ଶାଶୁଙ୍କୁ ମାରିଦେଲା। ଆଉ ସକାଳ ୭ଟା ସୁଦ୍ଧା ନିଜକୁ ଗୁଳି କରି ଶେଷ କରିଦେଲା। ପୁଲିସ ତଦନ୍ତରୁ ପାଇଛି ଯେ, ଲମ୍ୱା ସମୟ ଧରି ପତି-ପତ୍ନୀଙ୍କ ଭିତରେ ବିବାଦ ଚାଲିଥିଲା। ଏହାକୁ ନେଇ କୋର୍ଟରେ ବି ଆଇନଗତ ଲଢ଼େଇ ଜାରି ଥିଲା। ଆଉ ଏହା ହିଁ ବିବାଦର ମୂଳ କାରଣ ବୋଲି କୁହାଯାଉଛି। ଶବକୁ ଜବତ କରି ଶବବ୍ୟବଛେଦ ଲାଗି ପଠାଇ ପୁଲିସ ଏହାର ତଦନ୍ତ ଜାରି ରଖିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *