ପୂର୍ବତନ ଡିଜିପିଙ୍କୁ ନିର୍ମମ ହତ୍ୟା କଲେ ପତ୍ନୀ..

ଆଖିରେ ଲଙ୍କାଗୁଣ୍ଡ। ଆଉ ବୋତଲରେ ଆକ୍ରମଣ। ଏଭଳି ନିର୍ମମ ହତ୍ୟାର ଶୀକାର ହୋଇଥିବା କର୍ଣ୍ଣାଟକର ପୂର୍ବତନ ଡିଜିପି ଓମ ପ୍ରକାଶଙ୍କ ହତ୍ୟାକାରୀ ଆଉ କେହି ନୁହଁନ୍ତି। ତାଙ୍କ ପତ୍ନୀ ପଲ୍ଲବୀ। ପୁଲିସ ପଲ୍ଲବୀଙ୍କୁ ଗିରଫ କରିଛି। ପତ୍ନୀ ସହ ଝଗଡ଼ା ବେଳେ ପତ୍ନୀ ତାଙ୍କ ଆଖିକୁ ଲଙ୍କା ଗୁଣ୍ଡ ପକାଇଦେଇଥିଲେ। ଲଙ୍କାଗୁଣ୍ଡ ପ୍ରଭାବରୁ କିଛି ଦେଖାଗଲାନି। ଏହା ପରେ ତାଙ୍କୁ ରସିରେ ବାନ୍ଧି ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ। ୬୮ ବର୍ଷୀୟ ଅବସରପ୍ରାପ୍ତ ଆଇପିଏସ ଓମ୍ ପ୍ରକାଶଙ୍କ ଉପରେ କାଚ ବୋତଲରେ ବି ଆକ୍ରମଣ ହୋଇଥିଲା। ଓମ୍ ପ୍ରକାଶ ଓ ତାଙ୍କ ପତ୍ନୀ ପଲ୍ଲବୀଙ୍କ ଭିତରେ ସମ୍ପତ୍ତିକୁ ନେଇ ଝଗଡ଼ା ହେଉଥିଲା। ଓମ୍ ପ୍ରକାଶ ନିଜ ସମ୍ପତ୍ତି କୌଣସି ସମ୍ପର୍କୀୟଙ୍କୁ ଦେଇଥିଲେ। ଆଉ କଳିକଜିଆରୁ ଏହା ହିଂସାର ରୂପ ନେଇଥିଲା। ସପ୍ତାହେ ଧରି ଏହାକୁ ନେଇ ଘରେ ନିଇତି ଝଗଡ଼ା ହେଉଥିଲା। ଆଉ ଏଥିରେ ଉତକ୍ଷିପ୍ତ ହୋଇ ତାଙ୍କୁ ଓ ତାଙ୍କ ଝିଅକୁ ଗୁଳି କରିଦେବେ ବୋଲି ଧମକ ଦେଉଥିଲେ ଓମ୍ ପ୍ରକାଶ। ପଲ୍ଲବୀଙ୍କ କହିବା କଥା, ଓମ୍ ପ୍ରକାଶ ଆଗ ତାଙ୍କୁ ମାରିବାକୁ ପ୍ରୟାସ କରିଥିଲେ। ସେ କୌଣସିମତେ ନିଜ ଜୀବନ ବଞ୍ଚାଇଥିଲେ। ରାଗରେ ଖାଇବା ତେଲ ଓମ୍ ଙ୍କ ଉପରେ ପକାଇ ଲଙ୍କାଗୁଣ୍ଡ ଫିଙ୍ଗିଥିଲେ। ହାତ ବାନ୍ଧିବା ପରେ ରୋଷେଇ ଘରୁ ଛୁରୀ ଆଣି ହତ୍ୟା କରିଥିଲେ। ନିଜ ସ୍ୱାମୀଙ୍କୁ ମର୍ଡର ପରେ ଜଣେ ଆଇପିଏସଙ୍କ ପତ୍ନୀଙ୍କୁ ଫୋନ୍ କରି ସବୁ କଥା ଜଣାଇଥିଲେ। ଆଉ ସଂପୃକ୍ତ ମହିଳା ପୁଲିସକୁ ଖବର ଦେଇଥିଲେ। ତୁରନ୍ତ ପଲ୍ଲବୀ ଓ ତାଙ୍କ ଝିଅକୁ ପୁଲିସ ହେପାଜତକୁ ନିଆଯାଇଥିଲା। ୧୨ ଘଣ୍ଟାର ଜେରା ପରେ ସତ ଓଗାଳିଥିଲେ ପଲ୍ଲବୀ। ଓମ୍ ପ୍ରକାଶଙ୍କ ପେଟ ଓ ଛାତିରେ ଅନେକ କ୍ଷତ ଚିହ୍ନ ଦେଖିବାକୁ ମିଳିଛି। ସ୍ୱର୍ଗତ ଓମ୍ ପ୍ରକାଶଙ୍କ ପୁଅର ଅଭିଯୋଗ ଉପରେ ମାମଲା ରୁଜୁ କରିଛି। ଝିଅର ଭୂମିକାକୁ ନେଇ ତନାଘନା ଜାରି ରହିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *