ନେପାଳରେ ଚାଲିଥିବା ହିଂସାତ୍ମକ ଆନ୍ଦୋଳନର ନିଆଁରେ ଜଳିଗଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଝଲାନାଥ ଖନାଲଙ୍କ ପତ୍ନୀ ରାଜ୍ୟଲକ୍ଷ୍ମୀ ଚିତ୍ରକାର। ଘରେ ନିଆଁ ଲଗାଇଦେଇଥିଲେ ଆନ୍ଦୋଳନକାରୀ। ଡଲୁସ୍ଥିତ ଘରେ ଥିଲା ବେଳେ ଆନ୍ଦୋଳନକାରୀ ନିଆଁ ଲଗାଇଦେଇଥିଲେ। ଆଉ ଘର ବାହାରପଟୁ ବନ୍ଦ କରିଦେଇଥିଲେ। ଏଥିରେ ଗୁରୁତର ଭାବେ ପୋଡ଼ିଯାଇଥିଲେ ରାଜ୍ୟଲକ୍ଷ୍ମୀ। ସଂକଟାପନ୍ନ ଅବସ୍ଥାରେ ପରିବାର ଲୋକେ ତାଙ୍କୁ କିର୍ତ୍ତିପୁର ବର୍ଣ୍ଣ ହସ୍ପିଟାଲକୁ ନେଇଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟନ୍ତି ଝଲାନାଥ।
Naxatra News is now on Whatsapp
Join and get latest news update delivered to you via whatsapp
Join Now