କୁନ୍ତରଖାଲରେ ଅବକାରି ଚଢଉ : ୮୦ ଲିଟର ଦେଶି ମଦ ଜବତ, ୧୨ ଶହ ଲିଟର ପୋଚ ନଷ୍ଟ କରାଗଲା

Spread the love

ଜୟପୁର : ଜୟପୁର ସଦର ଥାନା ଅନ୍ତର୍ଗତ କୁନ୍ତରଖାଲ ଜଙ୍ଗଲରେ ଅବକାରି ଚଢଉ ହୋଇଛି । ମଦ ମାଫିଆ ମାନେ ମଦ ଓ ପୋଚ ପ୍ରସ୍ତୁତ କରିବା ସହ ଏହାକୁ ଲୁଚାଇ ରଖିଥିବା ସୂଚନା ପାଇ ଜୟପୁର ଅବକାରି ବିଭାଗ ଚଢଉ କରିଛି । ଚଢଉ ସୂଚନା ପାଇ ମଦ ମାଫିଆ ମାନେ ସେଠାରୁ ଚମ୍ପଟ ମାରିଥିବା ବେଳେ ଘଟଣାସ୍ଥଳରୁ ୧୨ ଶହ ଲିଟର ପୋଚ ଜବତ କରାଯିବା ସହ ଏହାକୁ ନଷ୍ଟ କରାଯାଇଛି। ୮୦ ଲିଟର ଦେଶି ମଦ ଜବତ ହୋଇଛି । ଘଟଣାସ୍ଥଳରେ ବହୁ ମଦ ଭାଟି ଭାଙ୍ଗିବା ସହ ମଦରନ୍ଧା ସରଞ୍ଜାମ, ଡ୍ରମ ଆଦିକୁ ଜବତ କରିଥିବା ଅବକାରି ଓଆଇସି ସଞ୍ଜୟ କୁମାର କାଣ୍ଡି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *