ନୂଆଦିଲ୍ଲୀ : ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଇଡି ପକ୍ଷରୁ ମନୀଷ ସିସୋଦିୟାଙ୍କ ବିରୋଧରେ ଦାୟର୍ ସପ୍ଲିମେଂଟ ଚାର୍ଜସିଟ୍ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି । ସ୍ୱତନ୍ତ୍ର ବିଚାରପତି ଏମକେ ନାଗପାଲ ୨୯ ମଇରେ ଏନେଇ ରାୟ ଶୁଣାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
୪ ମଇରେ ଇଡି ଏହି ମାମଲାରେ ଚତୁର୍ଥ ଚାର୍ଜସିଟ୍ ଦାଖଲ କରିଥିଲା । ଚତୁର୍ଥ ଚାର୍ଜସିଟ୍ ରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟାଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି । ଇଡିର ଚତୁର୍ଥ ଚାର୍ଜସିଟ୍ ୨୧୦୦ ପୃଷ୍ଠା ବିଶିଷ୍ଟ ଅଟେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now