ରିମାଣ୍ଡରେ ରସିକିଆ ରମେଶଙ୍କ ସମେତ ଦ୍ବୀତିୟ ପତ୍ନୀ କମଳା!

Spread the love

ପୁଣି ରିମାଣ୍ଡରେ ଆସିବ ରସିକିଆ ନକଲି ଡାକ୍ତର ରମେଶ ସ୍ବାଇଁ। ଦିନିକିଆ ରିମାଣ୍ଡରେ ରମେଶଙ୍କ ସମେତ ତାଙ୍କ ଦ୍ବୀତିୟ ପତ୍ନୀ କମଳାଙ୍କୁ ୭ଦିନ ଲାଗି ରିମାଣ୍ଡରେ ଆଣିବାକୁ ଯୋଜନା କରିଛି କମିଶନରେଟ ପୁଲିସ। ପୂର୍ବରୁ ଚାରି ଚାରି ଥର ରିମାଣ୍ଡରେ ଆସିଥିବା ରମେଶ ବହୁ ତଥ୍ୟ ଓଗାଳିବା ପରେ ଆହୁରି ଅନେକ ତଥ୍ୟ ଲୁଚାଇ ରଖିଛି। ତେଣୁ କମଳାଙ୍କୁ ରିମାଣ୍ଡରେ ଅଣାଯାଉଥିବା ବେଳେ ଏହି ସମୟରେ ରମେଶଙ୍କୁ ସାମ୍ନାସାମ୍ନି ରଖି ମାରାଥନ ଜେରା କରାଯିବ। ଏହି ଜେରାରେ ରମେଶ ଲୁଚାଇଥିବା ତଥ୍ୟ ସବୁ ସାମ୍ନାକୁ ଆସିପାରେ ବୋଲି ପୁଲିସ ଆଶା ବାନ୍ଧିଛି। ତେବେ ତଦନ୍ତରେ ରମେଶ ପାଖାପାଖି 1କୋଟିରୁ ଅଧିକ ଟଙ୍କା ଠକିଥିବା ପୁଲିସ ଜାଣିବାକୁ ପାଇଛି। ପୂରା ଠକଇେ ଘଟଣାରେ କମଳା ତାଙ୍କୁ ଭରପୁର ସହଯୋଗ କରିଥିଲେ। ବଡ଼କଥା ହେଉଛି ନିଜର ପକ୍ଷ ରଖିବାକୁ ପୋଲିସ କମଳାଙ୍କୁ ବହୁବାର ସଯୋଗ ଦେଇଥିଲେ ବି ନୋଟିସ୍ ପାଇ କମଳା ଧରାଛୁଆଁ ଦେଇନଥିଲେ।

Leave a Reply

Your email address will not be published. Required fields are marked *