ବିବାହ କରିବାକୁ ମନା କରିବାରୁ ବୟଫ୍ରେଣ୍ଡ୍‌ ର ହାତଗୋଡ ଚୂନା କରିଦେଲେ ଗାର୍ଲଫ୍ରେଣ୍ଡ୍

ବୟଫ୍ରେଣ୍ଡ୍ ବିବାହ କରିବାକୁ ମନା କରିଦେଲା। ଆଉ ଏହା ଶୁଣି ଗାର୍ଲଫ୍ରେଣ୍ଡଙ୍କୁ ଆଉ କିଏ ସମ୍ଭାଳିବ। ବୟଫ୍ରେଣ୍ଡର ହାତ ଗୋଡ଼ ଭାଙ୍ଗିଦେଲା ଗାର୍ଲଫ୍ରେଣ୍ଡ୍। ବୟଫ୍ରେଣ୍ଡର ୧୩ଟି ଜାଗାରେ ହାଡ଼ ଭାଙ୍ଗିଛି। ୧୭ ଦିନ ହେଲା ହସ୍ପିଟାଲ ବେଡରେ ପଡ଼ିଛି ବୟଫ୍ରେଣ୍ଡ୍। ଏମିତି ଅଭାବନୀୟ ଘଟଣା ଘଟିଛି ହରିଆଣାରେ ଫରିଦାବାଦରେ। ଗାର୍ଲଫ୍ରେଣ୍ଡଙ୍କ ପରିବାର ଲୋକେ ମରଣାନ୍ତକ ଆକ୍ରମଣ କରି ଏଭଳି ଅବସ୍ଥା କରିଦେଇଛନ୍ତି। ଏପରିକି ଅଧମରା କରି ଫିଙ୍ଗିଦେଇଥିଲେ। ବୟଫ୍ରେଣ୍ଡଙ୍କୁ ଟଙ୍କା ଫେରାଇବା ବାହାନାରେ ଘରକୁ ଡାକିଥିଲେ ଗାର୍ଲଫ୍ରେଣ୍ଡ୍। ପୁଲିସ ଏହି ମାମଲାରେ ୫ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ କେସ୍ କରିଛି। ୨ ଅଭିଯୁକ୍ତ ଅମନ ସିଫାରୀ ଓ କିଶାନକୁ ଗିରଫ କରିସାରିଛି ପୁଲିସ। ଆହତ ବୟଫ୍ରେଣ୍ଡ୍ ୩ ଟି ପିଲାର ବାପା। ଆଉ ଗାର୍ଲଫ୍ରେଣ୍ଡଙ୍କର ବି ୧୦ ବର୍ଷର ଝିଅଟି ଅଛି। ଅବଶ୍ୟ ସ୍ୱାମୀଙ୍କ ସହ ଛାଡ଼ପତ୍ର ମାମଲା ଚାଲିଛି। ହସ୍ପିଟାଲରେ ପଡ଼ିଥିବା ଗୁଲସନ ବଜରଙ୍ଗୀଙ୍କ କହିବା କଥା, ସେ ୨୦୧୫ରେ ବିବାହ କରିଥିଲେ। ତାଙ୍କର ୩ଟି ସନ୍ତାନ ଅଛି। ସେ ଜବାହାର କଲୋନୀରେ ମୋବାଇଲ ଦୋକାନ ଖୋଲିଛନ୍ତି। ୨୦୧୯ରେ ତାଙ୍କ ଦୋକାନକୁ ମୋବାଇଲ ସଜାଡ଼ିବାକୁ ସଂପୃକ୍ତ ମହିଳା ଆସିଥିଲେ। ଏହାରି ଭିତରେ ଉଭୟଙ୍କ ଭିତରେ ସମ୍ପର୍କ ବଢ଼ିଥିଲା। ୯ ବର୍ଷ ତଳୁ ମହିଳା ଜଣକ ନିଜ ସ୍ୱାମୀକୁ ଛାଡିସାରିଲେଣି। କୋର୍ଟରେ ଛାଡ଼ପତ୍ର ମାମଲା ଚାଲିଛି। ଏହାରି ଭିତରେ ଗୁଲସନ ବି ନିଜ ପତ୍ନୀ ଓ ପିଲାଙ୍କଠୁ ଅଲଗା ରହିବାକୁ ଲାଗିଲେ। ପତ୍ନୀ ଓ ପିଲାଙ୍କୁ ଗାଁରେ ଛାଡ଼ିଦେଇଥିଲେ ଗୁଲସନ। ତାପରେ ମହିଳାଙ୍କ ସହ ଲିଭ-ଇନ-ପାର୍ଟନର ଭାବେ ରହିବାକୁ ଲାଗିଲେ। କିନ୍ତୁ ଅଚାନକ ତାଙ୍କୁ ବିବାହ କରିବାକୁ ମହିଳା କହିବାରୁ ଏଥିରେ ରାଜି ହୋଇନଥିଲେ ଗୁଲସନ। ଏହାକୁ ନେଇ ଉଭୟଙ୍କ ଭିତରେ ଝଗଡା ହୋଇଥିଲା। ରାଗରେ ମହିଳାଙ୍କୁ କହିଥିଲେ, ସେ ଯେଉଁ ୨୧ଲକ୍ଷ ଟଙ୍କା ଦେଇଛନ୍ତି, ତାକୁ ଫେରାଇଦିଅ। ଆଉ ଟଙ୍କା ଦେବା ବାହାନାରେ ଘରକୁ ଡାକି ଏଭଳି ବାଡ଼େଇ ତାଙ୍କ ହାତଗୋଡ଼ ଭାଙ୍ଗିଦେଲେ ଗାର୍ଲଫ୍ରେଣ୍ଡଙ୍କ ପରିବାର।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *