ପୁଲିସ ନିଷ୍କ୍ରିୟତାକୁ ନେଇ କୃଷକଙ୍କ ମୃତ୍ୟୁ

Spread the love

ଚେନ୍ନାଇ: ତାମିଲନାଡୁର ଦିଣ୍ଡିଗୁଲ ଜିଲ୍ଲା ଅମ୍ମାୟାନାୟାକାନୁର ଥାନା ପରିସର ଭିତରେ ୫୫ ବର୍ଷୀୟ କୃଷକଙ୍କ ଆତ୍ମହତ୍ୟା। ଥାନାରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି କୃଷକ। ତାଙ୍କ ଅଭିଯୋଗକୁ ନେଇ ପୁଲିସର ନିଷ୍କ୍ରୀୟତାକୁ ନେଇ ସେ ଭାଙ୍ଗିପଡିଥିଲେ। ମଙ୍ଗଳବାର ରାତିରେ ସେ ଥାନାକୁ ଯାଇ ତାଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ସାଙ୍ଗରେ ନେଥିବା ବିଷ ପିଇ ଦେଇଥିଲେ। ପୁଲିସ ତାଙ୍କୁ ନିଲାକୋଟ୍ଟାଇ ସରକାରୀ ହସ୍ପିଟାଲ ନେଇଥିଲା। ସେଠାରୁ ଜିଲ୍ଲା ସରକାରୀ ହସ୍ପିଟାଲକୁ ରେଫର କରାଯାଇଥିଲା। କିନ୍ତୁ ଗୁରୁବାର ସକାଳୁ କୃଷକଙ୍କ ମୃତ୍ୟୁ ହୋଇଛି।

ନିଲୋକୋଟ୍ଟାଇର ମୃତ କୃଷକଙ୍କ ପୁଅ ସତିଶ କନ୍ନାନ କହିଛନ୍ତି କି, ସେମାନଙ୍କ ଏକ ଚାଷ ଜମିକୁ ଏକ ଗୋଷ୍ଠୀ ହାତେଇନେବା ସହ ସେମାନଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ ଓ ଏକ ମିଛ ମାମଲା ଦାୟର କରିଥିଲେ ସତିଶଙ୍କ ନାମରେ। ଏନେଇ ଥାନାରେ ମୃତ କୃଷକ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଏହି ମାମଲାରେ କୌଣସି ପଦକ୍ଷେପ ନେଇ ନ ଥିଲା।  ଏହାକୁ ନେଇ ସତିଶ ମାଜିଷ୍ଟ୍ରେଟ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାରେ କୋର୍ଟ ପୁଲିସକୁ ଅଭିଯୋଗ ଉପରେ ପଦକ୍ଷେପ ନେବାକୁ କହିଥିଲେ।

ତଥାପି ପୁଲିସର ନିଷ୍କ୍ରୀୟତାକୁ ନେଇ ସତିଶଙ୍କ ବାପା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ମଙ୍ଗଳବାର ରାତିରେ ଥାନାକୁ ଆସିବା ସହ ସେ ସାଙ୍ଗରେ ଆଣିଥିବା ବିଷ ପିଇଦେଇଥିଲେ। ଯେଉଁଥିରେ ତାଙ୍କର ମୃତ୍ୟୁ ଗୁରୁବାର ହୋଇଛି।

Leave a Reply

Your email address will not be published. Required fields are marked *