ଟିଟିଲାଗଡ଼ ପାଓମେକ୍ସ ର ମ୍ୟାନେଜର ଙ୍କୁ ମରଣାନ୍ତକ ଆକ୍ରମଣ

Spread the love

ଟିଟିଲାଗଡ଼ ; ଟିଟିଲାଗଡ଼ ଗ୍ରାଫାଇଟ ପାଓମେକ୍ସ ଷ୍ଟିଲ ଡିଭିଜନ ମ୍ୟାନେଜର ଯୁକ୍ତେଶ୍ଵର ମହାପାତ୍ର ଙ୍କୁ ହେଲା ମରଣାନ୍ତକ ଆକ୍ରମଣ l କାରଖାନା ରେ ମନମୁଖି ନିଯୁକ୍ତି କୁ ନେଇ ଥିଲେ ଶ୍ରମିକ ଅସନ୍ତୋଷ । ଶ୍ରମିକ ନିଯୁକ୍ତି ରେ ସ୍ଥାନୀୟ ଅଞ୍ଚଳ ର ବେକାର ଯୁବକ ଙ୍କୁ ନିଯୁକ୍ତି ନଦେଇ ବାହାର ଅଞ୍ଚଳ ର ଲୋକଙ୍କୁ ନିଯୁକ୍ତି ଦେବା ଅଭିଯୋଗ ନେଇ ଆକ୍ରମଣ । ମ୍ୟାନେଜର ଯୁକ୍ତେଶ୍ଵର ମହାପାତ୍ର ଙ୍କ ମୁହଁରେ ଗଭୀର ଆଘାତ ସହ ଶରୀରର ଅନେକ ସ୍ଥାନରେ ହୋଇଛି କ୍ଷତ । ଟିଟିଲାଗଡ଼ ଥାନା ରେ ଓନେଇ ମାମଲା ରୁଜୁ ହୋଇଛି । କାରଖାନା ନିକଟରେ ଘଟିଛି ଏହି ଘଟଣା  । ଗତ 2011 ମସିହାରେ ଅଶାନ୍ତ ଶ୍ରମିକମାନେ କାରଖାନା ର ଡିଜି ଏମ ରାଧେଶ୍ୟାମ ରାୟ ଙ୍କୁ ମଧ୍ୟ ଜିଅନ୍ତା ଗାଡି ଭିତରେ ଜାଳି ଦେଇ ହତ୍ୟାକରିଥିଲେ l

Leave a Reply

Your email address will not be published. Required fields are marked *