ଜୟପୁର : ଫେରାର ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ସଦର ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ବାଲିଆ ଗ୍ରାମର ସେନାପତି ହରିଜନ (୩୦) । ପୋଲିସ ସୁଚନା ଅନୁଯାଇ ବାଲିଆ ଗ୍ରାମର ସେନାପତି ହରିଜନ ନାମରେ ଜୟପୁର ସଦର ଥାନା ରେ ହତ୍ୟା ମାମଲା ରହିଥିଲା । ଗତ ୨୦୧୫ ମସିହାରେ ବାଲିଆ ବ୍ରିଜ ଉପରେ ଘଟିିଥିବା ହତ୍ୟା କାଣ୍ଡର ମାମଲାରେ ଜଡିତ ଥିବା ନେଇ ଅଭିଯୋଗ ରହିଥିଲା । ସେହି ଦିନ ଠାରୁ ସେ ଫେରାର ଥିବା
ବେଳେ ଆଜି ବାଲିଆ ଗ୍ରାମରୁ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସଦର ଥାନା ଅଧିକାରି ଇଶ୍ୱର ତାଣ୍ଡି ସୁଚନା ଦେଇଛନ୍ତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now