ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଜରଡା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ପଞ୍ଚାୟତ କାର୍ଯ୍ୟାଳୟରେ ଚାଉଳ ବଣ୍ଟନ ପୂର୍ବରୁ ଦୁଇ ଗୋଷ୍ଠୀ ଭିତରେ ସଂଘର୍ଷ । ଏହି ଘଟଣାରେ ଜଣେ ମୃତ, ୨ ଜଣ ଗୁରୁତର ଥିବା ସୂଚନା । ସମସ୍ତ ଗୁରୁତରଙ୍କୁ ପ୍ରଥମେ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରବର୍ତ୍ତୀ ସମୟରେ ବ୍ରହ୍ମପୁର ଏମ୍କେସିଜିକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଏହା ରାଜନୈତିକ ଶତ୍ରୁତାକୁ ନେଇ ହୋଇଥିବା କୁହାଯାଉଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।
ପୁଣି ଗୋଷ୍ଠୀ ସଂଘର୍ଷ । ୨ ଗୋଷ୍ଠୀ ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣ । ଏହି ଘଟଣା ହେଉଛି ଗଞ୍ଜାମ ଜିଲ୍ଲା ଜରଡା ଥାନା ଅନ୍ତର୍ଗତ ପାତ୍ରପୁର ବ୍ଲକ ସାମନ୍ତିଆପଲ୍ଲୀ ପଞ୍ଚାୟତ କାଯ୍ୟାଳୟ ସମ୍ମୁଖରେ । ଯାହାର ଭିଡିଓ ସୋସିଲ ମିଡିଆରେ ଘୂରିବୁଲୁଛି । ତେବେ ଏହି ଘଟଣାରେ ଜଣେ ମୃତ, ୨ ଜଣ ଗୁରୁତର ହୋଇଥିବା ବେଳେ ମୃତକ ଜଣକ ଉକ୍ତ ପଂଚାୟତର ଆମ୍ବଗାଁର ଏମ. ରାମା ରାଓ ତାଙ୍କ ଭାଇ ଏମ. କ୍ରିଷ୍ଣା ରାଓ ଓ ସମ୍ପର୍କୀୟ ଏମ. ଲାଛେୟା । ଆକ୍ରମଣ ପରେ ଆକ୍ରମଣକାରୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା । ପ୍ରାଥମିକ ତଦନ୍ତନୁଯାୟୀ ଏହା ରାଜନୈତିକ ଶତ୍ରୁତାକୁକେନ୍ଦ୍ର କରି ହୋଇଥିବା ସୂଚନା ମିଳିଛି । ଭିଡିଓ ଆଧାରରେ ଆକ୍ରମଣକାରୀ ଚିଂହ୍ନଟ କରାଯାଉଛି । ସେପଟେ ଘଟଣାଟି , ରାଜନୈତିକ ଶତ୍ରୁତା ବୋଲି ବିଜେପି ନେତ୍ରୀ କହିଛନ୍ତି । ବିଜେଡିର ଗୁଣ୍ଡା ମାନେ ବିଜେପିର ଲୋକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ବିଜେପି ନେତ୍ରୀ ।
ଘଟଣା ସ୍ଥଳେ ଜରଡ଼ା ଥାନା ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ଆକ୍ରମଣକାରୀ ଘଟଣା ସ୍ଥଳରୁ ଫେରାର ହୋଇଥିବାବେଳେ, ଅଭିଯୁକ୍ତ ମାନଙ୍କ ଧରିବା ପାଇଁ ପୋଲିସ ଏକ ଟିମ ଗଠନ କରିଛି । ଏବଂ ଆଇନ ଶୃଙ୍ଖଳା ବ୍ୟବସ୍ଥା କୁ ଦୃଷ୍ଟିରେ ରଖି ପୋଲିସ ଅଧିକାରୀଙ୍କ ସମେତ ଏକ ପ୍ଲାଟୁନ ପୋଲିସ ଫର୍ସ ମୁତୟନ କରାଯାଇଛି ।
2024 ସାଧାରଣ ନିର୍ବାଚନ ପୂର୍ବରୁ ଗଂଜାମ ପୋଲିସ ଓ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଅଶାନ୍ତ ହୋଇପଡିଥିବା ଏହି ସ୍ଥିତି କୁ ନିୟନ୍ତ୍ରଣରେ ଆଣିବାକୁ ପ୍ରୟାସ କରୁଥିବା ବେଳେ ବର୍ତ୍ତମାନ ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରୁଛି । ଇତିଶ୍ରୀ ସମାପିକା ମହାନ୍ତିଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now