ପିଲାଙ୍କ ଡେ କେୟାର ସେଣ୍ଟରରେ ଗୁଳିମାଡ: ୩୧ ମୃତ

Spread the love

ବଙ୍ଗକକ୍:  ଥାଇଲାଣ୍ଡର ଏକ ପିଲାଙ୍କ ଡେ କେୟାର ସେଣ୍ଟରରେ ଗୁଳିମାଡ। ଗୁଳିମାଡରେ ୩୧ ଜଣଙ୍କ ମୃତ୍ୟୁ। ଅନେକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଶିଶୁ ଓ ବୟସ୍କ ଥିବା ସୂଚନା ଦେଲା ଥାଇ ପୁଲିସର ପ୍ରବକ୍ତା। ତେବେ କଉେଁ କାରଣରୁ ଏପରି ଘଟଣା ଘଟିଛି ତାର କାରଣ ଜଣାପଡି ନାହିଁ।

ସୂଚନା ଅନୁଯାୟୀ, ଗୁରୁବାର ଦିନ ଥାଇଲାଣ୍ଡର ଉତ୍ତରପୂର୍ବାଞ୍ଚଳରେ ପିଲାଙ୍କ ପାଇଁ ଥିବା ଏକ ଡେ କେୟାର ସେଣ୍ଟରରେ ଆଖିବୁଜା ଗୁଳିମାଡ ହୋଇଛି। ଜଣେ ପୂର୍ବତନ ପୁଲିସ ଅଧିକାରୀ ଏପରି ଜଘନ୍ୟ କାଣ୍ଡ ଭିଆଇଥିବା ଜଣାପଡିଛି। ଅଭିଯୁକ୍ତକୁ ଧରିବାକୁ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି।

ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ  ସମସ୍ତ ଏଜେନ୍ସିକୁ ଆଲର୍ଟ କରିବା ସହ ଅଭିଯୁକ୍ତକୁ ତୁରନ୍ତ କାବୁ କରିବାକୁ ନିର୍ଦ୍ଦେଶ ଦେଇଥିବା ସରକାରୀ ପ୍ରବକ୍ତାଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଥାଇଲାଣ୍ଡରେ ଅନ୍ୟ ଦେଶ ତୁଳନାରେ ଅଧିକ ଲୋକଙ୍କ ନିକଟରେ ବନଧୁ ରହିଛି। ଅଧିକାଂଶ ବନ୍ଧୁକ ବେଆଇନ ଭାବେ ରଖାଯାଇଥାଏ। ପୋରସ ସୀମା ଦେଇ ଦୀର୍ଘ ବର୍ଷ ଧରି ବିଦେଶରୁ ବହୁ ସଂଖ୍ୟାରେ ବେଆଇନ ଅସ୍ତ୍ରଶସ୍ତ୍ର ଦେଶକୁ ଆସିଥାଏ।

ଏହା ପୂର୍ବରୁ ୨୦୨୦ରେ ମଧ୍ୟ ଏହିପରି ଏକ ସମୂହ ଗୁଳିକାଣ୍ଡ ହୋଇଥିଲା। ଜଣେ ସେନାକର୍ମଚାରୀ ଜମିଜମା ବିବାଦକୁ ନେଇ ୪ଟି ସ୍ଥାନରେ ଗୁଳିମାଡ କରି ୨୯ ଜଣଙ୍କୁ ମାରିଦେଇଥିଲେ। ସେତେବେଳେ ୫୭ରୁ ଅଧିକ ଆହତ ହୋଇଥିଲେ।

Leave a Reply

Your email address will not be published. Required fields are marked *