ଫିରିଙ୍ଗିଆ ବ୍ଲକ ଉପାଧକ୍ଷ ନିଖୋଜ ଘଟଣା, ଅପହରଣ ନାଟକ ରଚି ନିଜ ପତିଆରା ବଢାଇବାକୁ ଉଦ୍ୟମ କଲେ ବ୍ଲକ ଉପାଧ୍ୟକ୍ଷ, ଉପାଧକ୍ଷଙ୍କ ସହ ୫ ସହଯୋଗୀ ଗିରଫ

Spread the love

କନ୍ଧମାଳ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଉପାଧକ୍ଷ ନିଖୋଜ ମାମଲା ର ପର୍ଦାଫାଶ କରିଛି ଫିରିଙ୍ଗିଆ ପୋଲିସ । ବ୍ଲକ ଉପାଧକ୍ଷ ଅଜିତ କୁମାର ସାହୁଙ୍କୁ ନିଖୋଜ ଘଟଣାର ତିନିଦିନ ପରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ସୁଡ୍ରା ଅଂଚଳରୁ ସୁରକ୍ଷିତ ଭାବରେ ଉଦ୍ଧାର କଲାପରେ ସମସ୍ତ ତଥ୍ୟ ସାମନାକୁ ଆସିଛି । ଏକ ପ୍ରେସ ବିବୃତି ଜରିଆରେ ନିଖୋଜ ଘଟଣାର ଖୁଲାସା କରିଛନ୍ତି ଫୁଲବାଣୀ ଏସ୍ଡିପିଓ ସୁପ୍ରସନ୍ନ ମଲ୍କିକ । ପୋଲିସ ର ସୂଚନା ଅନୁସାରେ ନିଜେ ବ୍ଲକ ଉପାଧକ୍ଷ ଅଜିତ କୁମାର ସାହୁ ଆଗକୁ ନିର୍ବାଚନ ଆସୁଥିବାରୁ ମିଡ଼ିଆ ସାମନାରେ ହାଇଲାଇଟ ହେବା ପାଇଁ ଏହି ଅପହରଣ ମାମଲା ନିଜେ ରଚିଥିଲେ । ଏହି ଅପହରଣ ନାଟକ ନିଜେ ରଚିଥିବା ଉପାଧକ୍ଷ ଜଣକ ମିଡ଼ିଆ ସମ୍ମୁଖରେ ସ୍ୱୀକାର ମଧ୍ୟ କରିଛନ୍ତି । ପୋଲିସ ର ସୂଚନା ଅନୁସାରେ ଉପାଧକ୍ଷଙ୍କ ପ୍ଲାନ ମୁତାବକ ଗତ ଦୁଇ ତାରିଖ ରାତ୍ର ପ୍ରାୟ ୯ଟା ସମୟରେ ଉପାଧକ୍ଷ ତାଙ୍କ ସହ ରତଙ୍ଗ ପଂଚାୟତର ସମିତି ସଭ୍ୟ ବିରଂଚି ମଳିକ ଓ ବସନ୍ତ ମଳିକ ନାମକ ଜଣେ ଗାଁ ସାଥି ଉପାଧକ୍ଷଙ୍କ କାରରେ ଜେଜେଶ ପାଙ୍ଗା ଗାଁ ରେ ହେଉଥିବା ଏକ କାର୍ଯ୍ୟକ୍ରମ ରେ ଅତିଥି ଭାବରେ ଯୋଗଦେବା ପାଇଁ ଯାଇଥି୍ୱା ବେଳେ ଜାଜେସପାଙ୍ଗା ଓ ସାଡୀଙ୍ଗିଆ ଗାଁ ମାଝୀ ରାସ୍ତାରେ ପରିସ୍ରା ଯିବା ବାହାନା କରି ଗାଡି ରୁ ଓହ୍ଲାଇ ଥିଲେ । କିଛି ସମୟ ପରେ ଉପାଧକ୍ଷ ଜଣକ ପ୍ଲାନ ଅନୁସାରେ ତାଙ୍କର ଜଣେ ସହଯୋଗୀଙ୍କ ସହ ଏକ ବାଇକ ରେ ବସି ଘଟଣା ସ୍ଥଳରୁ ନିଖୋଜ ହୋଇଯାଇଥିଲେ । ଏହି ଘଟଣା ସମ୍ପୃକ୍ତ ସମିତି ସଭ୍ୟ ବିରଂଚିି ମଳିକ ଓ ଗାଁ ସାଥି ବସନ୍ତ ମଳିକ ଜାଣି ଥିଲେ ମଧ୍ୟ ପୋଲିସକୁ କିଛି କହି ନଥିଲେ । ଦୁଇ ଦିନ ଧରି ଉପାଧକ୍ଷଙ୍କ ଫୋନ ବନ୍ଦ ଥିବା ବେଳେ ଘଟଣା କୁ ନେଇ ସମ୍ପୃକ୍ତ ସମିତି ସଭ୍ୟ ଙ୍କ ସହ ଉପାଧକ୍ଷ ଙ୍କ ପରିବାର ଲୋକେ ମଧ୍ୟ୍ୟ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାର ରେ କନ୍ଧମାଳ ଏସପିଙ୍କ ନିର୍ଦେଶ କ୍ରମେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା । ବିଭିନ୍ନ ଦିଗକୁ ନେଇ ତଦନ୍ତ କଲା ପରେ ସମିତି ସମ୍ପୃକ୍ତ ସମିତି ସଭ୍ୟ ଓ ଉପାଧକ୍ଷଙ୍କ ଫୋନ ଟ୍ରାକିଙ୍ଗରୁ ଅପହରଣ ନାଟକ ର ସମସ୍ତ ତଥ୍ୟ ସାମନାକୁ ଆସିଥିଲା । ଅନ୍ୟପଟେ ଏହି ଅପହରଣ ଘଟଣାରେ ଉପାଧକ୍ଷଙ୍କୁ ସହଯୋଗ କରିଥିବା ଓ ତାଙ୍କର ଏହି ଅପହରଣ ନାଟକରେ ସାମିଲ ଥିବା ଅଭିଯୋଗରେ ଉପାଧକ୍ଷ ଅଜିତ କୁମାର ସାହୁଙ୍କ ସହ ରତଙ୍ଗ ସମିତି ସଭ୍ୟ ବିରଂଚିି ମଳିକ, ଗାଁ ସାଥି ବସନ୍ତ ମଳିକ,ବୌଦ୍ଧ ଜିଲ୍ଲା ଘଣ୍ଟାପଡା ଥାନା ରାହାମୁଣ୍ଡା ଗାଁ ର ଅଜିତ ରଣା, ତ୍ରିଲୋଚନ ଝାଙ୍କର ଓ ଯୋଗେଶ୍ୱର ରଣା ଙ୍କୁ ଗିରଫ କରିବା ସହ ଉପାଧକ୍ଷ ଙ୍କ କାର ଓ ଅପହରଣ ରେ ବ୍ୟବହୃତ ଦୁଇଟି ବାଇକ କୁ ଜବତ କରାଯାଇଛି । ଅନ୍ୟପଟେ ଏହି ଘଟଣାରେ ୯୦/୨୦୨୩ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଉପାଧକ୍ଷ ଅଜିତ କୁମାର ସାହୁ, ସମିତି ସଭ୍ୟ ବିରଂଚି ମଳିକ ଓ ଗାଁ ସାଥି ବସନ୍ତ ମଳିକ ସହ ଛଅ ଜଣକୁ ମଙ୍ଗଳବାର କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଏସ୍ଡ଼ିପିଓ ସୁପ୍ରସନ୍ନ ମଲ୍ଲିକ ।

Leave a Reply

Your email address will not be published. Required fields are marked *