ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର

Spread the love

କନ୍ଧମାଳ : ସେମାନେ ଭିନ୍ନକ୍ଷମ । ହେଲେ ସେମାନେ ସବୁ କ୍ଷେତ୍ରରେ ଯେପରି ସକ୍ଷମ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ଆଉ ସରକାରଙ୍କ ଯୋଜନାର ସୁଫଳ ଯେପରି ସେମାନଙ୍କ ନିକଟରେ ପହଂଚିବ ସେନେଇ ଡିଏଲଏସ ପକ୍ଷରୁ ସପ୍ତାହ ବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ସୋମବାର ଫୁଲବାଣୀ ସ୍ଥିତ ଗାନ୍ଧୀ ସ୍ମୃତି ଭବନ ଠାରେ ଆୟୋଜିତ ସଚେତନତା ସଭାରେ ଫୁଲବାଣୀ ବିଡ଼ିଓ ପ୍ରବୀଣ କୁମାର ବାଣୁଆ, ଡିଏସଏସଓ ବଳରାମ ସେଠୀ, ମୁନିସିପାଲିଟି ସିଓ ସରିତା ରଥ, ସିଡିପିଓ ଫୁଲବାଣୀ ସୁବର୍ଣ ରାଣୀ ନାୟକ, ଭବାନୀ ଶଙ୍କର ରଥ, ଆଇନଜୀବୀ ନନ୍ଦିତା ପଣ୍ଡା, ଜୟନ୍ତୀ ପାଣିଗ୍ରାହୀ, ଉଷାରାଣି ପ୍ରଧାନ, ବିଏସଏସଓ କବିତା ବେହେରା, ସପ୍ଲାଇ ଇନ୍ସପେକ୍ଟର ରବିନ୍ଦ୍ରପଣ୍ଡା, ସହ ସମ୍ପାଦକ ବନବାସୀ ସେବା ସମିତି ସ୍ୱେଛସେବୀ ଅଶୋକ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ପକ୍ଷରୁ ଭିନ୍ନକ୍ଷମଙ୍କ ପାଇଁ ଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବହୁ ପଦସ୍ଥ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *