କାର ବିସ୍ଫୋରଣ ମାମଲା: ୫ ଗିରଫ

Spread the love

କୋୟମ୍ବତୁର: କୋୟମ୍ବତୁର କାର ବିସ୍ଫୋରଣ ଘଟଣାରେ ତାମିଲନାଡୁ ପୁଲିସ ୫ ଜଣଙ୍କୁ ଗିରଫ କରିଛି। ରବିବାର ଦିନ ଏକ କାରରେ ବିସ୍ଫୋରଣ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ରବିବାର ସକାଳୁ ମୃତକ  ଜେମିଶା ମୁବିନଙ୍କ ମୃତ୍ୟୁ କାରରେ ସିଲିଣ୍ଡର ବିସ୍ଫୋରଣରେ ହୋଇଥିଲା। 

ଘଟଣାପରେ ପୁଲିସ ତଦନ୍ତକାଳରେ କାର ଭିତରୁ ପୋଟାସିୟମ ନାଇଟ୍ରେଟ ପରି ଦହକ ପଦାର୍ଥ ମିଳିଥିଲା। ଏଥିରୁ ଦେଶୀ ବୋମା ପ୍ରସ୍ତୁତ କରାଯାଇଥାଏ।  ଏନେଇ ଉକ୍କଦମ ଥାନାରେ ଏକ ମାମଲା ଦାୟର ହୋଇଥିଲା। ପୁଲିସ ତଦନ୍ତ କରି ୫ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମହମ୍ମଦ ଟାଲକା, ମହମ୍ମଦ ଆଝାରୁଦ୍ଦିନ, ମହମ୍ମଦ ରିୟାଜ ଓ ଫିରୋଜ ଇସମାଇଲ ତଥା ମହମ୍ମଦ ନୱାଜ ଇସମାଇଲ।

ସିସିଟିଭି ଫୁଟେଜ ଯାଞ୍ଚ କରିବା କାଳରେ କିଛି ଲୋକ ମୃତକଙ୍କ ଘରୁ  ଏକ ବ୍ୟାଗ ଆଣି କାର ଭିତରେ ରଖିଥିଲେ ବୋଲି ପୁଲିସ ସୂଚନା ଦେଇଛି। ଡିଜିପି ସିଲେନ୍ଦ୍ର ବାବୁ ପୂର୍ବରୁ କହିଥିଲେ କି, ମୁବିନଙ୍କ ଘରୁ ସ୍ବଳ୍ପ ଦହନଶୀଳ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିଲା। ଏସବୁ ଦେଶୀ ବୋମା ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ।

ତେବେ ସିସିଟିଭିରେ ଦୃଶ୍ୟମାନ ବ୍ୟକ୍ତିଙ୍କ ମଧ୍ୟରୁ ମୋବିନ ଜଣେ ହୋଇଥାଇ ପାରନ୍ତି। ତଦନ୍ତ ପରେ ଏହା ସ୍ପଷ୍ଟ ହୋଇଛି।

Leave a Reply

Your email address will not be published. Required fields are marked *