ଆଦର୍ଶ ପାଇଁ ଜଣଙ୍କୁ ଜେଲରେ ରଖିହେବନି। ଏଭଳି ଟ୍ରେଣ୍ଡ୍ ଏବେ ଚାଲିଲାଣି। ଜଣେ ଆରଏସଏସ କାର୍ଯ୍ୟକର୍ତ୍ତାଙ୍କ ମର୍ଡର ମାମଲାରେ ଅଭିଯୁକ୍ତ ପୂର୍ବତନ ପିଏଫଆଇ ସଦସ୍ୟଙ୍କୁ ଜାମିନ୍ ଦେବା ବେଳେ ସୁପ୍ରିମକୋର୍ଟ ଏହା କହିଛନ୍ତି। ପୋପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ବା ପିଏଫଆଇର ପୂର୍ବତନ ମହାସଚିବ ଅବଦ୍ଦୁଲ ସାଥରଙ୍କୁ ଜାମିନ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ସେପ୍ଟେମ୍ୱର ୨୦୨୨ରେ କେରଳର ପାଲକଡ଼ରେ ଆରଏସଏସ କାର୍ଯ୍ୟକର୍ତ୍ତା ଶ୍ରୀନିବାସନଙ୍କ ହତ୍ୟା ପଛରେ ଅବଦ୍ଦୁଲ ଷଡ଼ଯନ୍ତ୍ରକାରୀ ଥିଲେ ବୋଲି ଆରୋପ ରହିଥିଲା। ଜଷ୍ଟିସ ଅଭୟ ଏସ. ଓକା ଓ ଜଷ୍ଟିସ ଉଜ୍ୱଳ ଭୂୟାଁଙ୍କ ଖଣ୍ଡପୀଠ ଜାମିନ୍ ମଞ୍ଜୁର କରିଛନ୍ତି। କେରଳ ହାଇକୋର୍ଟରେ ଜାମିନ ନାମଞ୍ଜୁରୀକୁ ବିରୋଧ କରି ସୁପ୍ରିମକୋର୍ଟରେ ସ୍ପେଶିଆଲ ଲିଭ୍ ପିଟିସନ ପକାଇଥିଲେ ଅବଦ୍ଦୁଲ। ଶୁଣାଣୀ ବେଳେ ଜଷ୍ଟିସ ଓକା କହିଛନ୍ତି, କୌଣସି ଆଦର୍ଶ ପାଇଁ ଜଣରକୁ ଜେଲରେ ରଖିହେବନି। ନିର୍ଦିଷ୍ଟ ବିଚାରାଧାରାରେ ବିଶ୍ୱାସ କରୁଥିବାରୁ ସେମାନଙ୍କୁ ଜେଲରେ ପୁରାଇଦେବାର ଟ୍ରେଣ୍ଡ ଚାଲିଛି। ଏନଆଇଏ ବା ଜାତୀୟ ତଦନ୍ତକାରୀ ସଂସ୍ଥା କହିଥିଲା, ଯଦିଏ ସେଥାରଙ୍କ ନାଁ ମର୍ଡର ଏତଲାରେ ନଥିଲା। କିନ୍ତୁ ସେ କ୍ୟାଡର ନିଯୁକ୍ତି ଓ ଆର୍ମସ ଟ୍ରେନିଂ ଦେଉଥିଲେ। ଏଭଳି ୭୧ଟି ଅପରାଧିକ ମାମଲା ଅବଦ୍ଦୁଲଙ୍କ ବିରୁଦ୍ଧରେ ରହିଛି ବୋଲି ଏନଆଇଏ ଓକିଲ ଯୁକ୍ତି ଦର୍ଶାଇଥିଲେ। କିନ୍ତୁ ଅବଦ୍ଦୁଲଙ୍କ ଓକିଲ ଆଦିତ୍ୟ ସୋନ୍ଧି କହିଥିଲେ ସମସ୍ ୭୧ଟି ମାମଲା ହଡ଼ତାଳ ସମ୍ୱନ୍ଧୀୟ। ସେଥାର ଏ ସମସ୍ତ ମାମଲାରେ ବେଲ୍ ପାଇସାରିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now