ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅଞ୍ଚଳରେ ଦୁଇଟି ସ୍ଥାନରେ ବନ ବିଭାଗ ମିଳିତ ଚଢ଼ାଉ। ଲକ୍ଷାଧିକ ଟଙ୍କାର କାଠ ଓ ଯନ୍ତ୍ରାଂଶ ଜବତ। ସୁଚନା ଅନୁଯାୟୀ ବସ୍ତା ଥାନା ବଡଖୁଡି ଏବଂ ପୋଡାପଡା ଗ୍ରାମରେ ଦୀର୍ଘ ଦିନରୁ ଦୁଇଟି ବେଆଇନ କରତକଳ ଚାଲୁଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ଜଳେଶ୍ଵର ବନ ବିଭାଗ, ଲଙ୍ଗଳେଶ୍ବର ଏବଂ ଚାନ୍ଦିପୁର ବନ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା । ଘଟଣାରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ସହିତ ବହୁ ମୁଲ୍ୟବାନ କାଠ ଜବଦ କରା ଯାଇଥିବା କହିଛନ୍ତି ଚାନ୍ଦିପୁର ଫରେଷ୍ଟ ରେଞ୍ଜର ଏସିଏଫ ଜୟଶ୍ରୀ ମୁର୍ମୁ । ତେବେ ବାରମ୍ବାର ଏହି ଦୁଇଟି ସୋମିଲ ଉପରେ ଚଢ଼ାଉ କରି ସମସ୍ତ ସାମଗ୍ରୀ ଜବତ କରୁଥିଲେ ମଧ୍ୟ ପୁଣି ସାମିଲ ବସାଇ ବେଆଇନ କାରବାର ଚଳାଇ ଆସୁଥିବା ଦେଖିବାକୁ ମିଳିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now