Balasoreଓଡ଼ିଶାଦୁର୍ଘଟଣା

ସ୍ୱାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ବାଲେଶ୍ୱର: ବସତେଳେ ଚାପିହୋଇ ମହିଳା ମୃତ । ସ୍ୱାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ । ସୂଚନା ମୁତାବକ ମହିଳା ଜଣକ 15 ଦିନ ହେବ ନିଜ ଭଉଣୀ ଘରକୁ ବୁଲିବାକୁ ଯାଇଥିଲେ । ଆଜି ବସରେ ଫେରୁଥିବା ବେଳେ ଘଟିଥିଲା  ଅଘଟଣ । ଏପଟେ ସ୍ତ୍ରୀର ଫେରିବା ବାଟକୁ ବସଷ୍ଟାଣ୍ଡରେ ଅପକ୍ଷା କରିଥିଲା ସ୍ୱାମୀ । ଘରେ ମଧ୍ୟ ମା ର ବାଟଚାହିଁ ବସିଥିଲେ ପୁଅ ଝିଅ । କିନ୍ତୁ ସମସ୍ତଙ୍କ ଆଶା କିଛି ସମୟରେ ମାଟିରେ ମିଶିଗଲା । ଚାହୁଁ ଚାହୁଁ ଚାଲିଗଲା ଜୀବନ ।

ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ରେମୁଣା ନିକଟ ଗୋଲେଇ ଛକରେ । ମୃତକ ହେଲେ ସୁକାନ୍ତି ବେହେରା ତାଙ୍କ ଘର ରେମୁଣାର ଖୁଲାସିଗଞ୍ଜରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ତେବେ ସୁକାନ୍ତି ନିଜ ଭଉଣୀ ଘର ବାଦାମପାହଡକୁ  15 ଦିନ ତଳେ ଯାଇଥିଲେ ଏବଂ ଆଜି ସକାଳେ ନିଜ ପୁତୁରାର ବସରେ ଫେରୁଥିଲେ । ସେ ରେମୁଣାର ଗୋଲେଇ ଛକ ନିକଟରେ ଓଲ୍ଳାଇ ନିଜ ସ୍ୱାମୀଙ୍କ ପାଖକୁ ଆସୁଥିବବେଳେ ସୁକାନ୍ତି ଆସିଥିବା ବସଟି ତାଙ୍କ ଉପରେ ଚଢି ଯାଇଥିଲା ।

ସେଠାରେ ସଙ୍ଗେ ସଙ୍ଗେ ସୁକାନ୍ତିଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାକୁ ନେଇ ସ୍ଥନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଥିଲା ।  ପୋଲିସ ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାବୁଝି କରଥିଲା ଏବଂ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ସୁକାନ୍ତିଙ୍କ ମୃତ୍ୟୁ ପରେ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି ।  

Leave a Reply

Your email address will not be published.

Back to top button