ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଚୋରୀ। ୪୨୬ କିଲୋଗ୍ରାମର ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ ଚୋରି କରି ନେଇଗଲେ ଦୁର୍ବୃତ୍ତ। ଯାହା ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍କଟ୍ ମରିସନ ୨୦୨୧ରେ ଅରାବରଣ କରିଥିଲେ। ଭାରତ-ଅଷ୍ଟ୍ରେଲିଆ କମ୍ୟୁନିଟି ଭିତରେ ଶାନ୍ତିର ପ୍ରତୀକ ଭାବେ ଏହାକୁ ରାଓଭାଲି ସେଣ୍ଟରରେ ରଖାଯାଇଥିଲା। ଏହି ପ୍ରତିମୂର୍ତ୍ତିକୁ ଆଇସିସିଆର ବା ଇଣ୍ଡିଆନ କାଉନସିଲ ଫର୍ କଲଚରାଲ ରିଲେସନ ଉପହାର ଦେଇଥିଲା। ଜାନୁଆରୀ ୧୨ ତାରିଖ ରାତିରେ ୩ ଜଣ ଅଜ୍ଞାତ ଲୋକ ମେଟାଲ କଟରରେ ପ୍ରତିମାକୁ କାଟି ଚୋରି କରିନେଇଛନ୍ତି। ଯାହାର ତଦନ୍ତ ଜାରି ରହିଛି। ଅଧା ରାତିରେ ଚୋରୀ ହୋଇଛି। ରାତି ୧୨ଟା ୫୦ରେ ଏହି ଚୋରି ହୋଇଛି। ସ୍କ୍ରାପ୍ ମେଟାଲ ବ୍ୟବସାୟୀଙ୍କୁ ସତର୍କ ରହିବାକୁ କହିଛି ପୁଲିସ। ଆଉ ଅପିଲ୍ କରିଛି, ଯଦି କେହି ବ୍ରୋଞ୍ଜ ପ୍ରତିମୂର୍ତ୍ତି ବିକ୍ରି କରିବାକୁ ଆସନ୍ତି, ତୁରନ୍ତ ପୁଲିସକୁ ସୂଚନା ଦେବାକୁ। ୨୦୨୧ରେ ବି ଯେତେବେଳେ ପ୍ରତିମାର ଉଦଘାଟନ ହୋଇଥିଲା। ଏହାର ୨୪ ଘଣ୍ଟା ଭିତରେ କିଛି ଅଜ୍ଞାତ ଲୋକେ ଏହାର କ୍ଷତି କରିଥିଲେ। ସେତେବେଳେ ଏହି ଘଟଣାକୁ ନେଇ ଭାରତ ଓ ଅଷ୍ଟ୍ରେଲିଆ ଉଭୟ ନିନ୍ଦା କରିଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now