୯ଜଣ ଆନ୍ତଜିଲ୍ଲା ରାଜପଥ ଲୁଟେରା ଗିରଫ

Spread the love

ସୋର ପୋଲିସକୁ ମିଳିଲା ବଡ ସଫଳତା । ୯ଜଣ ଆନ୍ତଜିଲ୍ଲା ରାଜପଥ ଲୁଟେରାଙ୍କୁ ଗିରଫ କରିଛି ପୋଲିସ । ବାଲେଶ୍ୱର ଜିଲ୍ଲା ସୋର, ସିମୁଳିଆ, ଖଇରା ଆଦି ଅଞ୍ଚଳ ଜାତୀୟ ରାଜପଥରେ କିଛି ଦିନ ଧରି ଚାଲି ଆସୁଥିବା ଲୁଟେରାମାନଙ୍କ ଲୁଟ୍ ରାଜ୍ ସୋର ପୋଲିସଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଥିବା ବେଳେ ଏଥିରେ ଏକ ବଡ ସଫଳତା ହାସଲ କରିଛି ସୋର ପୋଲିସ । ଏନେଇ ସଦର ଏସଡିପିଓ ଶଶାଙ୍କ ଶେଖର ବେୱରା ଓ ସୋର ଆଇଆଇସି ସୁଜାତା ଖମାରୀ ମିଳିତ ଭାବେ ଏକ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଛାନଭିନ୍ କରିବା ପରେ ୯ ଜଣ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଥିଲେ । ଲୁଟେରାଙ୍କ ପାଖରୁ ଗୋଟିଏ ପିସ୍ତଲ, ୪ଟି ବାଇକ, ନଗଦ ୬୭୦ ଟଙ୍କା ସମେତ ୧୮ ଟି ମୋବାଇଲ ଓ ବିଭିନ୍ନ ମାଣାଅସ୍ତ୍ର ଜବତ ହୋଇଛି ।

Leave a Reply

Your email address will not be published. Required fields are marked *