ଗୟା ସାନ୍ତରା ଗିରଫ

Spread the love

ଭୁବନେଶ୍ବର: ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଡେପୁଟି ମ୍ୟାନେଜର ଗୟା ସାନ୍ତରା ଗିରଫ ।  ୨୪ ଘଣ୍ଟା ଧରି ଭିଜିଲାନ୍ସ ସେଲରେ ରହିବା ପରେ ଭିଜିଲାନ୍ସ ଗିରଫ କରିଛି  । ଗୟାଙ୍କ ସହ ତାଙ୍କ ପତ୍ନୀଙ୍କ ନାମରେ ହୋଇଥିଲା ମାମଲା ରୁଜ୍ଜୁ  ।

୧୦ କୋଟିରୁ ଅଧିକ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ସହ ଘରୁ ମିଳିଛି ନଗଦ ଏକ କୋଟି ୬ ଲକ୍ଷ ୪୪ ହଜାର ଟଙ୍କା ।  ଆକାଉଣ୍ଟରେ ଥିଲା ୪ କୋଟି ୪୫ ଲକ୍ଷ ଟଙ୍କା  । ନିଜ ଆୟ ଠାରୁ ୨୯୦ ଗୁଣ ଅଧିକ ଥିଲା  ସମ୍ପତ୍ତି l ଖାଲି ସେତିକି ନୁହେଁ ଘରେ ପୁଳା ପୁଳା ସୁନା ମଧ୍ୟ ଜବତ କରିଛି ଭିଜିଲାନ୍ସ  ।  ପାଖାପାଖି ୧ କିଲୋ ୪୩ ଗ୍ରାମ ସୁନା ଜବତ  ହୋଇଥିବା  ବେଳେ ୭ କିଲୋ ୫୦୦ ଗ୍ରାମ ରୁପା ଜବତ  ହୋଇଛି  l  

୩ ଦିନ ଧରି ଗୟାଙ୍କ ଘର ସମେତ ଭୁବନେଶ୍ୱର, ଯାଜପୁର ,ନୟାଗଡ଼, କୋରାପୁଟରେ ମଧ୍ୟ ଏକକାଳୀନ ଚଢାଉ କରାଯାଇଥିଲା  । ଭୁବନେଶ୍ୱର ରେ ଦୁଇଟି ମଲ୍ଟି ଷ୍ଟୋରେଡ ବିଲଡିଂ ସହ ବିଭିନ୍ନ ସ୍ଥାନ ରେ ରହିଛି ୧୩ ଟି ପ୍ଲଟ ଏବଂ  ଆଲିସାନ  କୋଠା  l  ଏହା ଛଡା ବହୁ ବେନାମୀ ସମ୍ପତ୍ତି କରିଥିବା ମଧ୍ୟ  ଜଣାପଡ଼ିଥିଲା । ସେହି ଆଧାରରେ ଭିଜିଲାନ୍ସର ତନାଘନା ପରେ ଶେଷରେ ଗୟା ସାନ୍ତରାଙ୍କୁ ଗିରଫ କରାଯାଇଥିବା ନେଇ ଭିଜିଲାନ୍ସ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *