ଜମି ପାଇଁ ଚାଷୀକୁ ଗୁଳି କଲେ ନେତା!

ଜଣେ ଚାଷୀର ଜମିକୁ ବଳପୂର୍ବକ ଦଖଲ ନେବାକୁ ଗୁଳି କଲେ ନେତା। ୟୁପିର ହାପୁର ଜିଲ୍ଲା ପଞ୍ଚାୟତ ସଭାପତିଙ୍କ ଦିଅର ଓ ତାଙ୍କ ଗୁଣ୍ଡା ଦିବା ଲୋକରେ ଚାଷୀଙ୍କୁ ଗୁଳି କରିଛନ୍ତି। ସ୍କର୍ପିଓରେ ଆସି ସଂପୃକ୍ତ ଚାଷୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାର ଭିଡ଼ିଓ ଭାଇରାଲ ହୋଇଛି। ଏସପି କହିଛନ୍ତି, ଘଟଣାର ତଦନ୍ତ କରାଯିବ। ପାଞ୍ଚ ରାଉଣ୍ଡ ଗୁଳି କରୁଥିବା ଭିଡ଼ିଓରେ ଦେଖାଯାଉଛି। ଭାଇରାଲ ଭିଡ଼ିଓରେ ହାପୁଡ ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ ରେଖା ନାଗରଙ୍କ ଦିଅର ଲଳିତ ନାଗର ଗୁଳି କରୁଥିବା ଦେଖାଯାଇଛି। ସୋସିଆଲ ମିଡିଆରେ ୧ ମିନିଟ ୧୭ ସେକେଣ୍ଡର ଭିଡ଼ିଓ ଭାଇରାଲ ହୋଇଛି। ତେବେ ଯାହା ଉପରେ ଗୁଳିମାଡ଼ ହୋଇଛି, ତାଙ୍କ ଭିଡ଼ିଓ ଦେଖାଯାଉନି। କିନ୍ତୁ ଭିଡ଼ିଓରୁ ଅନ୍ଦାଜ ଲଗାଯାଇପାରେ ଯେ, କଳା ରଙ୍ଗର କପଡ଼ା ପିନ୍ଧିଥିବା ବ୍ୟକ୍ତି ସୁରକ୍ଷାକର୍ମୀ ଅଟେ। ଅନ୍ୟର ଜୀବନକୁ ସୁରକ୍ଷା ଦେବା ବଦଳରେ ଜୀବନ ନେବାର ପ୍ରୟାସ ଓ ଆତୁରତା ଦେଖାଯାଉଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *