ହରିଦ୍ୱାର ଜମି ଦୁର୍ନୀତି: ଉତ୍ତରାଖଣ୍ଡରେ ₹15 କୋଟିର ଜମି ₹54 କୋଟିରେ କିଣା – ୧୨ ଅଧିକାରୀ ସସପେଣ୍ଡ୍

ହରିଦ୍ୱାର ଜମି ଦୁର୍ନୀତିରେ ଧାମି ସରକାରଙ୍କ ବଡ଼ ଆକ୍ସନ। ଉତ୍ତରାଖଣ୍ଡରେ ଏକ ବଡ଼ ଧରଣର ଜମି ଦୁର୍ନୀତିରେ ମୁଖ୍ୟମନ୍ତ୍ରୀ ଧାମି ୧୨ ଜଣଙ୍କୁ ସସପେଣ୍ଡ କରିଛନ୍ତି। ଯେଉଁଥିରେ ମୁନିସିପାଲ କର୍ପୋରେସନ ପକ୍ଷରୁ କୃଷି ଜମିକୁ ଅନୁଚିତ ଅନୁଗ୍ରହ ଦେଖାଇ ଧାର୍ଯ୍ୟ ଦରର ୪ ଗୁଣା ଦରରେ କିଣାଯାଇଥିଲା। ଏହି ଜମିର ମୂଲ୍ୟ ପ୍ରାୟ ₹15 କୋଟି ଥିବା ସତ୍ତ୍ୱେ ଏହାକୁ ₹54 କୋଟିରେ କିଣାଯାଇଛି, ଯାହା ଅନେକ ପ୍ରଶ୍ନ ଉଠାଇଛି ।ହରିଦ୍ୱାରର ଗ୍ରାମ ସରାଇ ନିକଟରେ ଥିବା 35 ବିଘା କୃଷି ଜମି ଏକ ତିଆରି ବାସୁର ଡମ୍ପିଂୟାର୍ଡ ପାଖରେ ଅଛି। ଏହି ଜମିର କିସମ ଓ ବ୍ୟବହାର ପରିବର୍ତ୍ତନ କରି ଏହାକୁ ବ୍ୟବସାୟିକ କ୍ଷେତ୍ର ଭାବରେ ଘୋଷଣା କରାଯାଇଥିଲା । ଏହି ପରିବର୍ତ୍ତନ ପରେ ଜମିର ମୂଲ୍ୟ ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଲା ଓ ମୁନିସିପାଲ କର୍ପୋରେସନ ପକ୍ଷରୁ ଏହାକୁ ₹54 କୋଟିରେ କିଣାଯାଇଥିଲା । ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏହି ଘଟଣାକୁ ଗଭୀରତାର ସହ ନେଇଛନ୍ତି । ସସପେଣ୍ଡ ହୋଇଥିବା ୧୨ ଅଧିକାରୀଙ୍କ ଭିତରେ ଅଛନ୍ତି ୨ ଜଣ IAS ଓ ଜଣେ PCS ଅଧିକାରୀ। ମାମଲାରେ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ପୂର୍ବ ନଗର ନିଗମ କମିଶନରଙ୍କ ଉପରେ ବି ଆକ୍ସନ ହୋଇଛି। ଅନୁପଯୁକ୍ତ ଓ ବେକାର ଜମିକୁ ଅତ୍ୟଧିକ ଦାମରେ କିଣାଯାଇଥିଲା। ନା ଜମିର କୌଣସି ତତ୍କାଳୀନ ଆବଶ୍ୟକତା ଥିଲା ନା କିଣାବିକାରେ ପାରଦର୍ଶିତା ଦେଖାଯାଇଥିଲା। ସମସ୍ତ ନିୟମକୁ ଦଳିଚକଟି ଦିଆଯାଇଥିଲା। ଏହା ସରକାରଙ୍କ ଦୁର୍ନୀତି ବିରୋଧୀ ନୀତିର ପ୍ରମାଣ ବୋଲି କହିଛନ୍ତି ସରକାର। ସଚିବ ରଣବୀର ସିଂହ ଚୌହାନଙ୍କ ଦ୍ୱାରା ୨୯ ମେରେ ପ୍ରଦାନ କରାଯାଇଥିବା ପ୍ରାଥମିକ ରିପୋର୍ଟରେ ଜଣାପଡ଼ିଛି ଯେ, ଏହି ଜମି ଡମ୍ପିଂୟାର୍ଡ ପାଖରେ ଥିବା ସତ୍ତ୍ୱେ ଏହାକୁ ବେଶି ଦାମରେ କିଣାଯାଇଛି, ଯାହା ସଂଶୟ ସୃଷ୍ଟି କରେ । ମୁଖ୍ୟମନ୍ତ୍ରୀ ଏହି ଜମି ଲେନଦେନ ବାତିଲ କରିବା, ଟଙ୍କା ଫେରସ୍ତ ନେବା ଓ ଯେଉଁ ଅଫିସରଙ୍କ ଅମଳରେ ଏଭଳି ଦୁର୍ନୀତି ହୋଇଛି, ସମସ୍ତ ପ୍ରକଳ୍ପର ଅଡିଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣା ସହିତ ସଂପୃକ୍ତ ଲୋକଙ୍କ ବିରୁଦ୍ଧରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରାଯାଇଛି । ସମ୍ପୂର୍ଣ୍ଣ ଘଟଣାର ଚେର ଖୋଳିବାକୁ ଓ ଦୁଷ୍କର୍ମକାରୀଙ୍କ ବିରୁଦ୍ଧରେ ଦୃଢ଼ ଆକ୍ସନ ନେବାକୁ ସରକାର ପ୍ରତିଶୃତିବଦ୍ଧ ବୋଲି କହିଛନ୍ତି।


Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *