ଉଦୟପୁର ହତ୍ୟାର NIA ତଦନ୍ତ ପାଇଁ ଗୃହ ମନ୍ତ୍ରାଳୟର ନିର୍ଦେଶ

Spread the love

ଉଦୟପୁର ହତ୍ୟାର NIA ତଦନ୍ତ ପାଇଁ ଗୃହ ମନ୍ତ୍ରାଳୟ ର ନିର୍ଦେଶ l ଏହି ମାମଲାକୁ ଦୃଷ୍ଟିରେ ରଖି ଉଦୟପୁରରେ 144 ଧାରା ଲାଗୁ କରାଯାଇଛି | ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ, ଇଣ୍ଟରନେଟ୍ ସେବା ସମଗ୍ର ରାଜ୍ୟରେ 24 ଘଣ୍ଟା ପାଇଁ ସ୍ଥଗିତ ରଖାଯାଇଛି l ବିଜେପିର ନିଲମ୍ବିତ ସଦସ୍ୟ ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ କୁ ନେଇ ହତ୍ୟା ହୋଇଥିବା ପ୍ରାଥମିକ ତଦନ୍ତରୁ ସୂଚନା l ତେବେ ସେହି କାରଣରୁ ଦୁଇ ଜଣ ବ୍ୟକ୍ତି ଅତି ନିର୍ମମ ଭାବରେ ଜଣେ ଦରଜିଙ୍କୁ ହତ୍ୟା କରିଛନ୍ତି | ସେମାନେ ଭିଡିଓ ଛାଡି ମୁଣ୍ଡ କାଟିବାର ଦାବି କରିଥିବାବେଳେ ସେମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଧମକ ଦେଇଥିଲେ l ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ପଚରାଉଚରା କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି l ଏହାପରେ ଆଜି ଗୃହମନ୍ତ୍ରୀ ଅମିତ ଶାହା ଏହି ପ୍ରସଙ୍ଗରେ NIA ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି l

Leave a Reply

Your email address will not be published. Required fields are marked *