ହନିମୁନ୍ ଟ୍ରାଜେଡି- ସୋନମଙ୍କ ପତ୍ତା ମିଳୁନି

ଇନ୍ଦୋରରେ ବିବାହ। ମେଘାଳୟରେ ହନିମୁନ୍ ଓ ଶିଲଂରେ ମର୍ଡର। ହନିମୁନ ଦମ୍ପତ୍ତି ରାଜା ରଘୁବଂଶୀ ଓ ସୋନମଙ୍କ ହନିମୁନ ଟ୍ରାଜେଡିକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ରାଜାଙ୍କ ଶବ ମିଳିସାରିଛି। କିନ୍ତୁ ସୋନମଙ୍କ ପତ୍ତା ମିଳୁନି। ରାଜା ଓ ସୋନମଙ୍କ ଗାଏବ ପୂର୍ବରୁ ଏବେ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଯେଉଁଠି ଦେଖାଯାଉଛି, ଦୁହେଁ ଭଡ଼ାରେ ନେଇଥିବା ଆକ୍ଚିଭା ଗାଡ଼ିରେ ବୁଲୁଛନ୍ତି। ଏହି ଭିଡ଼ିଓରେ ପ୍ରାୟ ୫ ମିନିଟ ଧରି ଉଭୟ ନଜର ଆସୁଛନ୍ତି। ଶିଲଂର ଏକ ହୋଟେଲର ସିସିଟିଭି ଫୁଟେଜରୁ ଏହା ଆସିଛି। ଦୁହେଁ ରେନକୋଟ୍ ପିନ୍ଧିଥିଲେ। ସୋନମଙ୍କ ହାତରେ ଏକ ଧଳାରଙ୍ଗର ସୁଟକେସ ଥିଲା କିଛି ସମୟ ପରେ ରାଜା କୌଣସି କାମରେ ହୋଟେଲର ରିସପସନ ଆଡ଼କୁ ଯାଇଥିଲେ। ଏକୁଟିଆ ଆକ୍ଟିଭା ଉପରେ ବସି ସୋନମ ଚିନ୍ତିତ ଥିଲା ଭଳି ଦେଖାଯାଉଛି। ରାଜା ହୋଟେଲରୁ ଫେରିବା ବେଳେ ସୋନମ ନିଜ ଫୋନରେ ବ୍ୟସ୍ତ ଥିଲେ। ଏହା ପରେ ଦୁହେଁ ସେହି ରାସ୍ତାରେ ଫେରିଯାଉଛନ୍ତି ଯେଉଁ ରାସ୍ତା ଦେଇ ଆସିଥିଲେ। ଏହା ପୂର୍ବରୁ ୧୫ ସେକେଣ୍ଡର ଭିଡ଼ିଓ ସାମ୍ନାକୁ ଆସିଥିଲା। ସେପଟେ ସୋନମଙ୍କ ଭାଇ ଗୋବିନ୍ଦ କହୁଛନ୍ତି, ତାଙ୍କ ଉଭଣୀ ଜୀବିତ ଯେଉଁ ଜାଗାରେ ରାଜାଙ୍କ ଶବ ମିଳିଥିଲା। ସେଠାରେ ଏସଡିଆରଏଫ ଓ ଏନଡିଆରଏଫ ବେଶ୍ ଖୋଜିଥିଲେ। କିନ୍ତୁ ଏଯାଏଁ କୌଣସି ସୁରାକ ମିଳିନି। ସୋନମର ମୋବାଇଲ ବି ଗାଏବ। ଶିଲଂ ପୁଲିସ ସହ ସର୍ଚ୍ଚ ଅପରେସନରେ ସାମିଲ୍ ଅଛି ପରିବାର। ପୁଲିସର କହିବା କଥା, ରାଜା ଓ ସୋନମଙ୍କ ଶେଷ ଲୋକେସନ ଶିଲଂର ଡବଲଡେକର ରୁଟରେ ଟ୍ରେସ୍ ହୋଇଥିଲା ନିଜ ଭାଇ ଗୋବିନ୍ଦ ସହ ସୋନମର ଶେଷ କଥାବାର୍ତ୍ତା ମେ ୨୦ରେ ହୋଇଥିଲା। ଏହାପରଠୁ କୌଣସି ଖୋଜଖବର ନଥିଲା। ରାଜା ଓ ସୋନମ ଗୌହ୍ୱାଟି ଯିବାର ପ୍ଲାନିଂ କରିଥିଲେ। କିନ୍ତୁ ଶିଲଂ କେମିତି ଗଲେ ବୋଲି ସନ୍ଦେହ କରିଛନ୍ତି ଭାଇ ଗୋବିନ୍ଦ। ସେପଟେ ରାଜାଙ୍କ ଭାଇ ବିପିନ ରଘୁବଂଶୀ ଆଶଙ୍କା କରୁଛନ୍ତି କି ସୋନମଙ୍କୁ ବାଂଲାଦେଶକୁ ଉଠାଇ ଦୁର୍ବୃତ୍ତ ନେଇଥାଇପାରନ୍ତି। ଲୁଟପାଟ୍ କରିବା ପରେ ରାଜାକୁ ମର୍ଡର କରି ସୋନମକୁ ଏଭଳି ଅପହରଣ କରିଛନ୍ତି ଦୁର୍ବୃତ୍ତ।ନିଖୋଜର ୧୧ ଦିନ ପରେ ରାଜାଙ୍କ ଶବ ମିଳିଥିଲା। ଡଗ୍ ସ୍ୱ୍କାର୍ଡ, ଡ୍ରୋନ କ୍ୟାମେରା ଜରିଆରେ ଜୁନ୍ ୨ ତାରିଖରେ ୧୫୦ ଫୁଟ ଗଭୀର ଖାତରେ ପଡ଼ିଥିବା ରାଜାର ଗଳିତ ଶବକୁ ଠାବ କରିବାକୁ ସକ୍ଷମ ହୋଇଥିଲା ପୁଲିସ। ରାଜାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଆକ୍ଟିଭା ଯେଉଁଠି ପଡ଼ିଥିଲା, ସେ ଜାଗାରୁ ଶବ ପଡ଼ିଥିବା ଜାଗାର ଦୂରତା ୨୫ କିଲୋମିଟର ଥିଲା। ଏତେ ଦୂର ରାଜା କି ତାଙ୍କର ଶବ କେମିତି ପହଞ୍ଚିଲା। ଅନ୍ତିମ ସଂସ୍କାରରେ ହଜାର ହଜାର ଲୋକ ସାମିଲ୍ ହୋଇ ନ୍ୟାୟ ପାଇଁ ନାରା ଲଗାଇଥିଲେ। କିନ୍ତୁ ସୋନମଙ୍କ ପତ୍ତା ମିଳୁନି। ଶବ ପାଖରେ ଲାଲରଙ୍ଗର ଜ୍ୟାକେଟ୍ ମିଳିଛି। ଏହାକୁ ଫରେନସିକ୍ ଯାଞ୍ଚ ଲାଗି ପଠାଇଛି ପୁଲିସ। କାରଣ ଏହା ସୋନମର ନୁହେଁ ବୋଲି ପରିବାରଲୋକେ କହୁଛନ୍ତି। ବିବାହର ୮ ଦିନ ପରେ ଇନ୍ଦୋରରୁ ହନିମୁନ ଲାଗି ମେଘାଳୟକୁ ବାହାରିଥିଲେ ଏହି ନବଦମ୍ପତ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *