ଚୋରା ମଦ କାରବାରରେ ଗିରଫ ହେଲା ଘୋଡ଼ା। ବିହାରର ବେତିୟାରେ ଏଭଳି ଅଭାବନୀୟ ଘଟଣା ଆସିଛି। ଘୋଡ଼ା ଉପରେ ବିପୁଳ ମାତ୍ରାରେ ଲଦାଯାଇଥିବା ମଦ ଜବତ ହୋଇଥିଲା। ଚୋରା ମଦ କାରବାରରେ ଲିପ୍ତ ବ୍ୟକ୍ତି ସିନା ଘଟଣାସ୍ଥଳରୁ ଫେରାର୍ ହୋଇଗଲା। କିନ୍ତୁ ପୁଲିସ ଘୋଡ଼ାକୁ ଗିରଫ କରିଛି। ବିହାରର ଓ୍ୱେଷ୍ଟ ଚମ୍ପାରନରେ ଏଭଳି ଅଜବ ଘଟଣା ଦେଖିବାକୁ ମିଳିଛି। ମଦ ତସ୍କରୀରେ ଲିପ୍ତ ବ୍ୟକ୍ତି ଧରାପଡ଼ିବା ପରେ ଘୋଡ଼ାକୁ ଛାଡ଼ି ଫେରାର୍ ହୋଇଗଲେ। ପୁଲିସ ୫୦ ଲିଟର ବିଦେଶୀ ମଦକୁ ଜବତ କରିଛି। ପୁଲିସ ମାମଲା ରୁଜୁ କରି ଯାଞ୍ଚ ଜାରି ରଖିଛି। ୟୁପିରୁ ଦିୟାରା ଅଞ୍ଚଳ ଦେଇ ରାସ୍ତାରେ ଚୋରା ମଦ କାରବାର ନେଇ ବିହାରର ବିଭିନ୍ନ ରୁଟ ବାଛିଥିଲେ ତସ୍କର। ଚଳିତ ବର୍ଷ ନୂଆ ଉପାୟ ପାଞ୍ଚିଥିଲେ। ପୁରୁଣା ଢାଞ୍ଚା ଛାଡ଼ି ମଦକୁ ଘୋଡ଼ା ଉପରେ ଲଦି ତସ୍କରୀ କାମ କରିବା ଆରମ୍ଭ କରିଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now