ମାନବ ତସ୍କରୀ ନାଁରେ ୧୫ଶହ ଝିଅ ବିକ୍ରି!

ଏନଜିଓ ଆଢୁଆଳରେ ମାନବ ତସ୍କରୀ କରୁଥିଲେ। ସାମୂହିକ ବିବାହ ଆୟୋଜନ ଆଳରେ ୧୫ଶହରୁ ଅଧିକ ଝିଅଙ୍କୁ ବିକ୍ରି କରିଥିଲେ। ରାଜସ୍ଥାନର ଜୟପୁରରୁ ମାନବତସ୍କରୀର ବଡ଼ ଗୁମର ଖୋଲିବା ସହ ସମସ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ଗରିବ ଝିଅଙ୍କ ସାମୂହିକ ବିବାହ ନାଁରେ ଏନଜିଓ କରି ଏଭଳି ରାକେଟର ପର୍ଦ୍ଦାଫାସ୍ କରିଛି। ୬ଟି ରାଜ୍ୟରେ ଚାଲିଥିଲା ଏ ଗ୍ୟାଙ୍ଗର କାରନାମା। ଏନଜିଓ ଚଳାଉଥିବା ମହିଳା ଗାୟତ୍ରୀ ବିଶ୍ୱକର୍ମା ଗରିବ ପରିବାରର ଝିଅଙ୍କ ତସ୍କରୀ କରୁଥିବା ଏଜେଣ୍ଟ ଜରିଆରେ କିଣୁଥିଲେ। ଆଉ କନ୍ୟା ସନ୍ଧାନରେ ଥିବା ଯୁବକଙ୍କୁ ଅଢ଼େଇ ଲକ୍ଷରୁ ୫ ଲକ୍ଷ ଟଙ୍କାରେ ବିକୁଥିଲେ। ଝିଅଙ୍କ ଦର ସେମାନଙ୍କ ରଙ୍ଗ, ଉଚ୍ଚତା ଓ ବୟସ ହିସାବରେ ସ୍ଥିର ହେଉଥିଲା। ଗାୟତ୍ରୀ ନାବାଳିକା ଝିଅଙ୍କର ଜାଲି ଆଧାରକାର୍ଡ କରୁଥିଲା। ଯେମିତି ସେମାଲେ ସାବାଳିକା ବୋଲି ପ୍ରମାଣିତ ହୋଇପାରିବ। ଏମିତିରେ ପ୍ରାୟ ୧୫ଶହ ବିବାହ କରାଇସାରିଛନ୍ତି ଗାୟତ୍ରୀ। ରାକେଟର ପର୍ଦ୍ଦାଫାସ ସେତେବେଳେ ହେଲା, ଯେତେବେଳେ ୟୁପିର ୧୬ ବର୍ଷର ଝିଅ ଫାର୍ମହାଉସରୁ କୌଶଳକ୍ରମେ ଖସି ପୁଲିସ ପାଖରେ ପହଞ୍ଚି ସବୁ ବଖାଣିଥିଲା। ଝିଅଟିର ବୟାନ ଆଧାରରେ ପୁଲିସ ରେଡ୍ କରିଥିଲା। ଆଉ ଗାୟତ୍ରୀ, ସହକର୍ମୀ ହନୁମାନ, ଭଗବାନ ଦାସ ଓ ମହେନ୍ଦ୍ରକୁ ଗିରଫ କରିଥିଲା। ଦୁଇ ଜଣ ଝିଅଙ୍କୁ କିଣିବାକୁ ଡିଲ୍ କରିବାକୁ ଯାଇଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *