ସ୍ତ୍ରୀଙ୍କୁ ହତ୍ୟା କରି ୫୦ ଖଣ୍ଡ କଲା ସ୍ବାମୀ

Spread the love

ରାୟପୁର: ଶ୍ରଦ୍ଧା ଓ୍ୱାଲକର ହତ୍ୟାକାଣ୍ଡର ପୁନରାବୃତ୍ତି । ଝାରଖଣ୍ଡର ସାହେବଗଞ୍ଜରେ ଏପରି ଏକ  ଅଭାବନୀୟ ଘଟଣା ଘଟିଛି। ଜଣେ ୨୨ ବର୍ଷୀୟା ଆଦିବାସୀ ମହିଳାଙ୍କୁ ବିଭତ୍ସ ହତ୍ୟା କରାଯାଇ  ତାଙ୍କ ଶରୀରକୁ ୫୦ ଖଣ୍ଡ କରି ବିଭିନ୍ନ ସ୍ଥାନରେ ଫିଙ୍ଗିଛି ହତ୍ୟାକାରୀ । ମୃତକଙ୍କ ନାଁ ଋବିକା ପହାଡିନ।

 ସୂଚନା ଅନୁଯାୟୀ, ଶନିବାର ଦିନ ବୋରିଆର ଏକ ସ୍ଥାନରୁ ଜଣେ ମଣିଷର କଟା ପାଦ ମିଳିଥିଲା । ସୂଚନା ପାଇଁ ପୁଲିସ ଘଟଣାସ୍ଥଳକୁ ଯାଇ କଟା ପାଦ ଉଦ୍ଧାର କରିବା ସହ ଆରମ୍ଭ କରିଥିଲା ତଦନ୍ତ । ଜଙ୍ଗଲରେ ଖୋଜାଖୋଜି କରିବା ପରେ ବିଭିନ୍ନ ସ୍ଥାନରୁ  ଶରୀରର ଅନେକ ଅଂଶ ମିଳିଥିଲା। ଅଧିକ ତଦନ୍ତରୁ ଏହା ଜଣେ ମହିଳାଙ୍କର ମୃତଦେହର ଅଂଶ ବିଶେଷ ଜାଣିବା ସହ ଝାରଖଣ୍ଡର ଋବିକାଙ୍କର ଜଣାପଡିଥିଲା। ଅନେକ ଲୋକଙ୍କୁ ସନ୍ଦେହରେ ପଚରା ଉଚରା କରିବା ପରେ ପ୍ରରମ୍ଭିକ ତଦନ୍ତରୁ ମୃତ ମହିଳା ହିଁ ତାଙ୍କ ହତ୍ୟାକରିଥିବା ସୂରାକ ପାଇଥିଲା ପୁଲିସ।

ପୁଲିସ ମହିଳାଙ୍କ ସ୍ବାମୀଙ୍କୁ ଗିରଫ କରିଛି।  ଅଭିଯୁକ୍ତଙ୍କ ନାଁ ଦିଲଦାର ଅଂସାରୀ । ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ମହିଳାଙ୍କୁ ହତ୍ୟା କରିବା ପରେ ତାଙ୍କ ଶରୀରକୁ ୫୦ରୁ ଊର୍ଦ୍ଧ୍ବ ଖଣ୍ଡ କରି ଅନେକ ସ୍ଥାନରେ ପକାଇଛି। ଏବେ ମଧ୍ୟ ଶରୀରର କିଛି ଅଂଶ ମିଳିନାହିଁ । ନିଖୋଜ ଅଂଶକୁ ଖୋଜିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି । ଜବତ ମାଂସ ଖଣ୍ଡକୁ ଫରେନ୍ସିକ ଲ୍ୟାବକୁ ପଠାଯାଇଛି ।

Leave a Reply

Your email address will not be published. Required fields are marked *